Latest Odisha News

BREAKING NEWS

ରାଜ୍ୟସଭା ଉପ-ନିର୍ବାଚନ ଲାଗି ବିଜେଡ଼ିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ଲାଗି ଖାଲି ପଡ଼ିଥିବା ୩ଟି ଆସନ ଲାଗି ବିଜେଡ଼ି ପକ୍ଷରୁ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ରାଜ୍ୟସଭା ଉପ-ନିର୍ବାଚନ ଲାଗି ବିଜେଡ଼ି ପକ୍ଷରୁ ଦଳର ଆଇଟି ସେଲ୍ ଅଧ୍ୟକ୍ଷ ଡ଼ଃ ଅମର ପଟ୍ଟନାୟକ ଏବଂ  ଦଳୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରିବ ବୋଲି ସୂଚନା ମିଳିଛି ।

ଏହିସବୁ ଆସନ ଲାଗି ଆସନ୍ତା ଜୁଲାଇ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିଦିନ ଦିନ ୯ଟା ଠାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ ବୋଲି ଜଣାପଡ଼ିଛି ।

ପୂର୍ବତନ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ପ୍ରତାପ କେଶରୀ ଦେବ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକ ଇସ୍ତଫା ପ୍ରଦାନ କରିବା ପରେ ଏହି ତିନୋଟି ଆସନ ଖାଲି ପଡ଼ିଥିଲା ।
ନିକଟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେଡ଼ି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରେ ବିଜୟ ହାସଲ କରିଛନ୍ତି । ସେହିପରି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ବିଜେଡ଼ି ନେତା ପ୍ରତାପ କେଶରୀ ଦେବ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.