Latest Odisha News

BREAKING NEWS

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ ଦେଇଛି ।

କ’ଣ କହୁଛି ନମୁନା ପରୀକ୍ଷା:

-ଖାଦ୍ୟ ସୁରକ୍ଷା ଓ ଭାରତୀୟ ମାନକ ପ୍ରାଧିକରଣ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁରେ କୌଣସି ପ୍ରକାରର ବିଷାକ୍ତ ରାସାୟିନିକ ପଦାର୍ଥ ନାହିଁ ।

-ଲିଚୁକୁ ଅଧିକ ମିଠା କରିବା ପାଇଁ ଏଥିରେ କୌଣସି ପ୍ରକାରର ରାସାୟିନିକ ପଦାର୍ଥର ବ୍ୟବହାର କରାଯାଉ ନାହିଁ ।

-ଫଳ ଗୁଡିକୁ ଅଧିକ ଆକର୍ଷଣ କରିବା ପାଇଁ ମଧ୍ୟ ଏସବୁରେ କୌଣସି ଅପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଉନଥିବା ଏହି ପରୀକ୍ଷାରେ ସ୍ପଷ୍ଟ କରାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲିଚୁରେ ଥିବା ଏକ ପ୍ରକା ମାରାତ୍ମକ ଟକ୍ସିନ ଯୋଗୁଁ ଉତ୍ତର ବିହାରର ସ୍ଥିତ ମୁଜାଫରପୁରରେ ୧୦୦ରୁ ଉର୍ଦ୍ଧ ଶିଶୁ ପ୍ରାଣ ହରାଇଛନ୍ତି । ତେବେ ଆକ୍ୟୁଟ ଏନ୍ସେଫାଲାଇଟସ୍ ସିଣ୍ଡ୍ରମ ଏହି ଶିଶୁ ମୃତ୍ୟୁର ଆଉ ଏକ କାରଣ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡିଶା ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ । ମୁଜାଫରପୁରରୁ ଓଡିଶା ବଜାରକୁ ଆସୁଥିବା ଲିଚିୁର ନମୁନା ପରୀକ୍ଷା କରେଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଜୁନ୍ ୧୮ ତାରିଖ ରେ ନିର୍ଦେଷ ଦେଇଥିଲେ ।

ତେବେ ଖାଦ୍ୟ ସୁରକ୍ଷା ଆଧିକାରୀ ଲିଚୁର ପରୀକ୍ଷଣ କରି ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ନିରାପଦ ବୋଲି ରିର୍ପୋଟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.