Latest Odisha News

BREAKING NEWS

ରାଜ୍ୟର ୧୩ଟି ଜିଲ୍ଲାକୁ ଝଡ଼ବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ୧୩ଟି ଜିଲ୍ଲାରେ ବଜ୍ରପାତ ଓ ପବନ ସହିତ ବୃଷ୍ଟିପାତ ହେବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ଏହିସବୁ ଜିଲ୍ଲାମାନଙ୍କରେ ଶନିବାର ସନ୍ଧ୍ୟା ୬ଟା ୧୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଧରଣର ଝଡ଼ତୋଫାନ ସହିତ ବୃଷ୍ଟିପାତ ହେବାର ଆଶଙ୍କା ରହିଛି । ଏନେଇ ରାଜ୍ୟର ଯେଉଁ ୧୩ଟି ଜିଲ୍ଲାକୁ ସତର୍କ ସୂଚନା ପ୍ରଦାନ କରାଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ।

ସେହିପରି ବଲାଙ୍ଗିର, ସୋନପୁର, ବୌଦ୍ଧ, ଗଞ୍ଜାମ ଏବଂ ନୟାଗଡ଼ ପରି ସ୍ଥାନମାନଙ୍କରେ ରାତି ୭ଟାରୁ ୮ଟା ମଧ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.