Latest Odisha News

BREAKING NEWS

ଚରିତ୍ରକୁ ନେଇ ମୁହାଁମୁହିଁ ହେଲେ ବିଜେଡି,ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଚାଲିଛି ଟ୍ୱିଟ ଫାଇଟ। ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ମଧ୍ୟରେ ଟ୍ୱିଟ ଯୁଧ୍ୟ ଜୋର ହୋଇଛି। ନବ ଦାସଙ୍କ ହତ୍ୟା ପରେ ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ବର୍ଷା ସିଂ ବରିହା। ଏହା ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ରାଜନୈତିକ ଉଦ୍ଦେଶ୍ୟ ରଖି ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ବିଜେପି ନେତାଙ୍କୁ ନିବୃତ୍ତ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ବିଟ୍ କରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା ।

ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଯେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ଏମିତି ଆକ୍ଷେପ କରୁଥିଲେ ବୋଲି ବର୍ଷା ଟ୍ୱିଟ ମାଧ୍ୟମରେ କହିଛନ୍ତି। ଏବେ ସମାନ ଢଙ୍ଗରେ ନବ ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି ତାଙ୍କ ପରିବାରକୁ ଏହା କେତେ ମାନସିକ ଯନ୍ତ୍ରଣା ଦେଉଥିବ ତାହା ସେ ଅନୁଭବ କରୁଛନ୍ତି ବୋଲି ବର୍ଷା କହିଛନ୍ତି।

ତେଣୁ ଏ କ୍ଷେତରେ ନିରବ ନ ରହିବାକୁ କହିଛନ୍ତି ବର୍ଷା। ଯାହାକୁ ନେଇ ବିଜେପି ମଧ୍ୟ ଟ୍ୱିଟ ମାଧ୍ୟମରେ ବର୍ଷାଙ୍କୁ କଡା ଜବାବ ଦେଇଛି। କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ବିଜେପିର ସଂସ୍କାର ନୁହେଁ ବୋଲି ବିଜେପି ଯୁବମୋର୍ଚା ନେତ୍ରୀ ଅର୍ପିତା ଅପରାଜିତା ବଡ଼ଜେନା ବର୍ଷାଙ୍କୁ ଟ୍ୱିଟ ମାଧ୍ୟମରେ କହିଛନ୍ତି। ଏପରିକି ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତିର ଅଭିଯୋଗ ହେଉ କିମ୍ବା ନିମାପଡାର ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତିର କଥା ତଥା ଏବେ ତିର୍ତ୍ତଲ ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ମଧ୍ୟ ଟ୍ୱିଟ ମାଧ୍ୟମରେ ଅସ୍ତ୍ର କରିଛି ବିଜେପି।

ପଦ୍ମପୁର ଉପନିର୍ବାଚନ ସମୟରେ ବର୍ଷା ପୁରୀର ବୋହୁ ହୋଇସାରିଥିବା ପ୍ରସଙ୍ଗରେ ବିରୋଧୀ ଦଳର କିଛି ନେତାଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ବୟାନବାଜି ହୋଇଥିଲା। ଏପରିକି ଏମିତି ଅନେକ ପ୍ରସଙ୍ଗରେ ଆଗରୁ ବିଭିନ୍ନ ବିଜେଡି ବିଜେପି ଟ୍ୱିଟ ଯୁଧ୍ୟ ବ୍ୟାପକ ହୋଇଥିବାବେଳେ ଏବେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଟ୍ୱିଟ ଲଢେଇ ଚର୍ଚ୍ଚା ର ମୁଖ୍ୟ କାରଣ ସାଜିଛି। ଆଗକୁ ଝାରସୁଗୁଡ଼ାରେ ମଧ୍ୟ ଉପନିର୍ବାଚନ ହେବାକୁ ଥିବାରୁ ଶାସକ ବିରୋଧୀ ଲଢେଇ ତୀବ୍ର ହୋଇଛି। ସେପଟେ ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏହି ରାଜନୈତିକ ଲଢେଇ ଆହୁରି ରୋଚକ ମୋଡ଼ ନେଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.