Latest Odisha News

BREAKING NEWS

ଦକ୍ଷିଣ ଭାରତର ସବୁଠାରୁ ଦାମୀ ହୀରୋ ହେଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଦାମୀ ହୀରୋ ସାଜିଛନ୍ତି । ସେ ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଆଗାମୀ ହିନ୍ଦୀ ଫିଲ୍ମ ସାଇନ କରିଛନ୍ତି । ଏଥିପାଇଁ ତାଙ୍କୁ ୧୨୫ କୋଟି ଅଫର କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ଯଦି ଏହା ସତ ହୋଇଥାଏ ତାହାହେଲେ ସେ ପ୍ରଭାସଙ୍କୁ ପଛରେ ପକାଇ ଦାମୀ ହୀରୋ ହୋଇଛନ୍ତି । ବାହୁବଳୀ ପରେ ପ୍ରଭାସ ଏବେ ୧୦୦ କୋଟି ଦାବୀ କରୁଛନ୍ତି । ପୂର୍ବରୁ ରାମଚରଣ ଓ ଜୁନିୟର ଏନଟିଆର ଆରଆରଆର ପାଇଁ ୭୫ କୋଟି ଲେଖାଁଏ ପାରିଶ୍ରମିକ ପାଇଥିଲେ । ରିପୋର୍ଟ ମୁତାବକ ଜୁନିୟର ଏନଟିଆର ତାଙ୍କ ଆଗାମୀ ଫିଲ୍ମ ଏବେ ନିକଟରେ ସାଇନ କରିଛନ୍ତି । ଏହାର ପାରିଶ୍ରମିକ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସେ ଅଲ୍ଲୁ ଅର୍ଜୁନ ସମକକ୍ଷ ପ୍ରାଇସ ଦାବୀ କରିଛନ୍ତି ।

ସୂଚନାଯୋଗ୍ୟ, ଅଲ୍ଲୁଙ୍କ ବାପା ତଥା ଜଣାଶୁଣା ପ୍ରଡ୍ୟୁସର ଅଲ୍ଲୁ ଅରବିନ୍ଦ ପୁଅର ସଫଳତା ନେଇ ଗର୍ବିତ ବୋଲି କହିଛନ୍ତି । ପୂର୍ବରୁ ଯେଉଁମାନେ ମୋ ବିଷୟରେ ପଚାରି ବୁଝୁଥିଲେ ଏବେ ସେମାନେ ପୁଅ କଥା ଜାଣିବାକୁ ଆଗ୍ରହୀ । ଜଣେ ବାପା ହିସାବରେ ଏହାଠାରୁ ମୋ ପାଇଁ ଗର୍ବର କଥା ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି । ବଲିଉଡ ପ୍ରଡ୍ୟୁସର ଦକ୍ଷିଣ ଭାରତ କଳାକାରକୁ ନେଉଥିବା ବେଳେ ଟଲୀଉଡ ହିନ୍ଦୀ ହୀରୋ ଏବଂ ହୀରୋଇନ ନେଇ ଆଗ୍ରହ ପ୍ରକାଶ କରୁଛନ୍ତି । ଯଦି ଏହା ଧାରା ଜାରୀ ରୁହେ ତାହେଲେ ଆଗାମୀ ଦିନରେ ପ୍ୟାନ ଇଣ୍ଡିଆ ଫିଲ୍ମ ନେଇ ସମସ୍ତେ ଆଗ୍ରହ ପ୍ରକାଶ କରିବେ ।

Leave A Reply

Your email address will not be published.