Latest Odisha News

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି ।

ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ମିଳିଛି ୪ ହଜାର ୫୫୭ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକଙ୍କୁ ୧ ହଜାର ୫୭ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜେଡି ୫୩.୪୪% ଭୋଟ୍ ପାଇଥିବା ବେଳେ ବିଜେପିକୁ ୩୮.୪୯%  ଓ କଂଗ୍ରେସକୁ ୬.୧୩% ଭୋଚ ମିଳିଛି ।

Leave A Reply

Your email address will not be published.