Latest Odisha News

BREAKING NEWS

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା ବେଳେ କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଲଗେଜ୍ ବ୍ୟାଗ୍‌ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଆରପିଏଫ ହାତରେ ଧରାପଡିଛନ୍ତି ଏହି ଦୁଇ ଲେଡି ମାଫିଆ । ଲଗେଜ୍ ସ୍କାନିଂ ସମୟରେ ମଧ୍ୟ ଏଥିରେ ଗଞ୍ଜେଇ ଥିବା ଜଣାପଡିନଥିଲେ । ମାତ୍ର ପ୍ଲାଟ୍‌ଫର୍ମକୁ ଯାଉଥିବା ସମୟରେ ଆରପିଏଫ ପୋଲିସର ଏମାନଙ୍କ ଉପରେ ସନ୍ଦେହ ଆସିଥିଲା । ଆରପିଏଫଙ୍କ ନିର୍ଦ୍ଦେଶରେ ପୁର୍ନବାର ଲଗେଜ୍ ବ୍ୟାଗ୍ ସ୍କାନ୍‌ କରାଯାଇଥିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା ।

Leave A Reply

Your email address will not be published.