Latest Odisha News

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ ନିବାସକୁ ଆସି ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସୁଚନାଯୋଗ୍ୟ ଆଜି ଅନୁଷ୍ଠିତ ନିର୍ବାଚନରେ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲାପରିଷଦର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ବିଜୁ ଜନତା ଦଳର ।

ଏହି ଅବସରରେ ବିରୋଧିଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଆପଣମାନେ ଲୋକଙ୍କ ପାଇଁ ଭଲ କାମ ଜାରି ରଖନ୍ତୁ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ।

Comments are closed.