Latest Odisha News

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ତାଙ୍କ ସହ ଟୁକୁନି ସାହୁ, ରିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରମିଳା ମଲ୍ଲିକ, ପ୍ରସନ୍ନ ଆଚାର୍ଯ୍ୟ, ସଂଜୟଦାସ ବର୍ମାଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ । ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାଷିରାମ ମାଝୀ ।

ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥିନୀ କରିଛି ବିଜୁ ଜନତା ଦଳ (ବିଜେଡି)। ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଜୟ ଢ଼ୋଲକିଆ। କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ ମାଝୀ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ। ନଭେମ୍ବର ୧୧ରେ ହେବ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ।

Comments are closed.