Latest Odisha News

BREAKING NEWS

ବିପୁଳ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଧିରାଜ୍

ନୂଆପଡା: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରୟାତଃ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହା ଭିତରେ ଅଭୂତପୂର୍ବ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖଡ଼ିଆଳ ବିଧାୟକ ତଥା ବର୍ତ୍ତମାନ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ୍ ମୋହନ ପାଣିଗ୍ରାହୀ ।

ଗତ ନିର୍ବାଚନରେ କଂଗ୍ରେସରୁ ବିଜୟୀ ହୋଇଥିବା ଅଧିରାଜ ଚଳିତ ବର୍ଷ ବିଜେଡିରେ ଯୋଗଦେଇ ବିଧାୟକ ଟିକେଟ୍ ପାଇଛନ୍ତି । ନିଜ ଗଡ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ସିନାପାଲି ବୋଡ଼େନ ଓ ଖଡ଼ିଆଳ ଅଞ୍ଚଳର ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରା କରି ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପାଞ୍ଚ ବର୍ଷ ଉଭୟ ଖଡ଼ିଆଳ ଏନଏସି ଓ ତିନି ଗୋଟି ବ୍ଲକ ବୋଡ଼େନ, ସିନାପାଲି ଓ ଖଡ଼ିଆଳ ର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ।

ନାମଙ୍କନ ଦାଖଲ କରିବା ପରେ, ଅଧିରାଜ୍ କହିଛନ୍ତି ଯେ, ବର୍ତ୍ତମାନ ବିଜେଡି ଜନ କଲ୍ୟାଣ ଯୋଜନାରେ ଅଞ୍ଚଳବାସୀ ଆବାଳ ବୃଦ୍ଧ ବନିତା ଉପକୃତ ହୋଇ ପାରିଛନ୍ତି । ତାର ପ୍ରତିଫଳନ ଭୋଟ ମାଧ୍ୟମରେ ସାବ୍ୟସ୍ତ କରି ଯୋଡି ଶଙ୍ଖରେ ଭୋଟ ଦେବେ ଓ ଉଭୟ ଲୋକସଭା ଓ ବିଧାନ ସଭାରେ ବିପୁଳ ବ୍ୟବଧାନରେ ଆମେ ବିଜୟୀ ହେବୁ ବୋଲି ଅଧିରାଜ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.