Latest Odisha News

BREAKING NEWS

ହୋଟେଲରେ ଅଗ୍ନିକାଣ୍ଡ, ଏଯାବତ ୬ ଜଣଙ୍କର ମୃତ୍ୟୁ ସୂଚନା

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ପାରିଛି।

ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କୋଠାରୁ ଅଗ୍ନିଶମ ବାହିନୀ ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ଡିଆଇଜି (ଅଗ୍ନିଶମ) ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ନିଆଁକୁ ଆୟତ୍ତ କରିଛୁ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ବାବଦରେ ସୂଚନା ମିଳିବା ପରେ ଟିମ୍ ଆସି ନିଆଁ ଲିଭା କାମରେ ଲାଗିଛି। ଉପଯୁକ୍ତ ତଦନ୍ତ ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.