Latest Odisha News

BREAKING NEWS

ବିଜେଡ଼ି ଯେକୌଣସି ମୂହୁର୍ତ୍ତରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କହିଛନ୍ତି, ରାଜ୍ୟ ବିଧାନସଭା ଏବଂ ଲୋକସଭା ଲାଗି ତାଙ୍କ ଦଳର ପ୍ରାର୍ଥୀ ଘୋଷଣା ଖୁବ୍ ଶିଘ୍ର ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରାର୍ଥୀ ଚୟନ ଚାଲିଛି ଏବଂ ପ୍ରାର୍ଥୀ ତାଲିକା ଖୁବ୍ ଶିଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି ।

ବିଜେଡ଼ିର ରଣନୀତି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଦଳ ନିର୍ବାଚନ ଲାଗି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । “ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡ଼ି ଅଦ୍ଭୁତପୂର୍ଣ୍ଣ ସଫଳା ହାସଲ କରିବ,” ବୋଲି ନବୀନ କହିଛନ୍ତି ।

ଅବସରପ୍ରାପ୍ତ ପ୍ରଶାସକମାନେ ବିଜେଡ଼ିରେ ବହୁମାତ୍ରାରେ ଯୋଗ ଦେଉଛନ୍ତି ଏବଂ ସେ ଏହାକୁ କିପରି ଭାବେ ପରିଚାଳନା କରିବେ ବୋଲି ଏକ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେ ଏହାକୁ ଭଲଭାବେ ପରିଚାଳନା କରିପାରିବେ ।”

ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାଶଙ୍କୁ ତାଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତ କରିଛନ୍ତି, ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ନିର୍ବାହ କରୁଥିଲେ ।

Comments are closed.