Latest Odisha News

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଭିଯୋଗ ହୋଇଛି, ମୃତ ଶଶୀଙ୍କର ନାତୁଣୀ ସହ ସବୁବେଳେ ଝଗଡ଼ା ହେଉଥିଲା । ଗତକାଲି ରାତିରେ ବି ଦୁହେଁ ଝଗଡ଼ା କରିଥିଲେ । ପରେ ଗୋଟିଏ ଘରେ ସେମାନେ ଶୋଇଥିଲେ । ଆଜି ଭୋରରେ ନାବାଳିକାଙ୍କ ଚିତ୍କାର ଶୁଣି ପରିବାର ଲୋକ ଦେଖିଥିଲେ ବୃଦ୍ଧାଙ୍କର ଘର ଭିତରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଛି ।

ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ନାବାଳିକା ହେମଦସ୍ତା ପୁଆରେ ଆଈକୁ ପିଟିପିଟି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣା ପଡ଼ିଛି । ଭଣ୍ଡାରୀପୋଖରୀ ପୋଲିସ ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.