Latest Odisha News

BREAKING NEWS

ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବିଜେଡି ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀନୀ କରିଥିବା ବେଳେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ଟିକେଟ୍ ଦେଇଛି । ସେହିପରି ଅନ୍ୟ ଦୁଇ ଜଣ ହେଲେ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି । ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି।

ଚାରି ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରାର୍ଥୀ ଜଣାଶୁଣା ହୋଇଥିବା ବେଳେ ନିରଞ୍ଜନ ବିଶି ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଜଣେ ଆଦିବାସୀ ନେତା । ସେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସମ୍ପାଦକ ରହିଛନ୍ତି। ଚଳିତ ଥର ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିଲା। ଆଉ ଏହା ପଛରେ ନିରଞ୍ଜନଙ୍କର ଗୋଟିଏ ବଡ ଅବଦାନ ରହିଥିବା କୁହାଯାଉଛି। ବଲାଙ୍ଗୀରରେ ଉଭୟ କଂଗ୍ରେସ, ବିଜେପିରୁ ନେତା ସଂସଦ ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। ତେବେ ଆଦିବାସୀ ନେତା ଭାବେ ପ୍ରଦୀପ ମାଝୀଙ୍କ ନାମ ଅଧିକ ଚର୍ଚ୍ଚା ହେଉଥିଲା, ହେଲେ ନବୀନ ଦିଲ୍ଲୀ ଦରବାରକୁ ନିରଞ୍ଜନଙ୍କ ନାଁକୁ ସୁପାରିଶ କରିଛନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଦେବେ ନାହିଁ। ତେଣୁ ଏହି ଚାରି ନେତା ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ନଥିବାରୁ ବିଜୟୀ ହେବେ ବୋଲି ସୂଚନା ରହିଛି।

ଜୁଲାଇ ଏକରେ ତିନି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି କଟକର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାରୁ ଆଉ ଏକ ଆସନ ଖାଲି ପଡିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। କିନ୍ତୁ ଆକଳନ କରାଯାଉଥିଲା ବିଜେଡି ଏଥର ୪ ଆସନରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇପାରେ । କିଏ ଟିକେଟ୍ ପାଇବେ ସେ ନେଇ ଅନେକ ନାଁ ଚର୍ଚ୍ଚା ଭିତରେ ଥିଲେ ଶ୍ରମୟୀ ମିଶ୍ର, ପ୍ରଦୀପ ମାଝୀ, ଅସିତ ତ୍ରିପାଠୀ, ସୁସ୍ମିତା ବାଗଚୀଙ୍କ ସମେତ ଆଉ କିଛି ନେତା।

Leave A Reply

Your email address will not be published.