Latest Odisha News

BREAKING NEWS

ଲେଖାଶ୍ରୀଙ୍କ ନାଁରେ ସିଇଓଙ୍କୁ ଫେରାଦ୍ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର: ବିଜେପି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଫେରାଦ୍ ହୋଇଛି ବିଜେଡି । ଗତକାଲି ଲେଖାଶ୍ରୀ ଏକ ପ୍ରେସ ବିବୃତିରେ ସରକାରୀ ଅଧିକାରୀଙ୍କ ଉପରେ ମିଥ୍ୟା, ଭିତ୍ତିହୀନ ଓ ମନଗଢ଼ା ଅଭିଯୋଗ ଆଣିଥିଲେ । ପଦ୍ମପୁରର ଏକ କଲେଜର ତିନି ଅଧ୍ୟାପକ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ପର୍କରେ ସେ ନିଜ ବିବୃତିରେ କହିଥିଲେ ।

ସେ ଯେପରି ନିଜକୁ ସିଇଓଙ୍କ ମୁଖପାତ୍ର ବୋଲି ଭାବିନେଇଛନ୍ତି । ତାଙ୍କର ଏହି ଟିପ୍ପଣୀରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଡରାଇବା ସହିତ ଅପମାନିତ କରିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ନିଜ କାମ ସୂଚାରୁ ରୂପେ କରୁଥିବାବେଳେ ଲେଖାଶ୍ରୀ ସେମାନଙ୍କ ଉପେର ଚାପ ପକାଇଥିବା ବିଜେଡି ପ୍ରତିନିଧି ସିଇଓଙ୍କୁ ଜଣାଇଛନ୍ତି । ଲେଖାଶ୍ରୀଙ୍କ ସିଇଓଙ୍କ ମୁଖପାତ୍ର ଭଳି ଆଚରଣ ପାଇଁ ତାଙ୍କୁ ତୁରନ୍ତ ଦଣ୍ଡିତ କରିବାକୁ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।

Leave A Reply

Your email address will not be published.