Latest Odisha News

BREAKING NEWS

୬ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଅନୁଗୁଳ : ଅନୁଗୁଳରୁ ପୁଣି ଜବତ ହେଲା ଧଳାଜହର। ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦର ସୌଭାଗ୍ୟ ସୁବୁଦ୍ଧି ଓରଫ ସନା । ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର କୌଶଲ୍ୟ ଜେନା ପିଛା କୌଶଳକ୍ରମେ ସୌଭାଗ୍ୟକୁ ଧରିଥିଲେ ।

ସେ ଅମାନ୍ତପୁରସ୍ଥିତ ନାଳୁ ବାବା ମଠ ନିକଟରେ ସୌଭାଗ୍ୟକୁ କାବୁ କରି ତନଖିବାରୁ ସୌଭାଗ୍ୟଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି । ସୌଭାଗ୍ୟକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.