Latest Odisha News

BREAKING NEWS

ନଭେମ୍ବର ୩୦ ସୁଦ୍ଧା ଗ୍ୟାସ୍‌ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ‌ : ବିଜେଡି

ଭୁବନେଶ୍ୱର : ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କଲା ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଗତ ୭ ବର୍ଷରେ ଦର ୪୧୪ ଟଙ୍କାରୁ ୯୩୦ ଟଙ୍କାରେ ପହଁଚିଛି ।ପ୍ରତ୍ୟେକ ଜିନିଷ ଦର ବଢୁଥିବାରୁ ସାଧାରଣ ଜନତା ବହୁ କଷ୍ଟରେ ପରିବାର ଚଳାଉଛନ୍ତି । ଏଲପିଜି ଦର ଅହେତୁକ ବୃଦ୍ଧି ହେବା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ତେବେ ଏହି ଗ୍ୟାସ ଦର କେନ୍ଦ୍ର ସରକାର ହ୍ରାସ ନକଲେ ଆନ୍ଦୋଳନ ତୀବ୍ରତର ହେବା ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଚେତାବନୀ ଦେଇଛି ।

କୌଣସି ଦେଶରେ ଏତେ ଦ୍ରୁତ ଗତିରେ ରନ୍ଧନ ଗ୍ୟାସ ଦର ବଢିନାହିଁ ବୋଲି ବିଜେଡି କହିଛି । କେନ୍ଦ୍ର ଯେତେବେଳେ କ୍ଷମତାକୁ ଆସିଥିଲା ରନ୍ଧନ ଗ୍ୟାସ ମୂଲ୍ୟ ୪୧୪ ଟଙ୍କା ଥିଲା ହେଲେ ବର୍ତ୍ତମାନ ଗ୍ୟାସ ଦର ୯୩୦ ଟଙ୍କାରେ ପହଁଚିଛି ।ଗତ ସାତ ବର୍ଷ ମଧ୍ୟରେ ଗ୍ୟାସ ଦର ହୁ ହୁ ହୋଇ ବଢୁଛି । କରୋନା ସଂଙ୍କଟ ବେଳେ ପ୍ରତି ମାସରେ ଗ୍ୟାସ ଦର ବଢୁଥିବାରୁ ମଧବିତ୍ତ ବହୁ ଅସୁବିଧାରେ ପଡୁଛନ୍ତି ବୋଲି ବିଜେଡି କହିଛି । ବିଜେପି ସରକାର କହିଥିଲେ ଆଛା ଦିନ ଆଏଗା , କୁଆଡେ ଗଲା ସେ ଆଛା ଦିନ୍ ବୋଲି ଯୁବ ବିଜେଡି ପଶ୍ନ କରିଛି।

Leave A Reply

Your email address will not be published.