Latest Odisha News

BREAKING NEWS

ଶୁଭମନ, ଶ୍ରେୟାଶ, ଜାଡେଜାଙ୍କ ଅର୍ଦ୍ଧଶତକ: ଭାରତ ୨୫୮/୪

କାନୁପର: ପଦାର୍ପଣ ମ୍ୟାଚ ଖେଳୁଥିବା ଶ୍ରେୟାଶ ଆୟାର (୭୫ ନଟଆଉଟ) ଓ ରବୀନ୍ଦ୍ର ଜାଡେଜା(୫୦ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୪ ଉଇକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିନେଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ (୫୨), ମୟଙ୍କ ଅଗ୍ରୱାଲ ୧୩, ଚେତେଶ୍ୱର ପୂଜାରା ୨୬ ଓ ଅଧିନାୟକ ଅଜିଙ୍କ୍ୟ ରାହାନେ ୩୫ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଜାଡେଜା ଓ ଆୟାର ୫ମ ଉଇକେଟରେ ୧୧୩ ରନ ଯୋଗ କରି ସାରିଛନ୍ତି ।

ଟସ ଜିତି ଟିମ ଇଣ୍ଡିଆ ଅଧିନାୟକ ରାହାଣେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଭ୍ରମଣକାରୀ ଦଳ ପକ୍ଷରୁ କାୟଲ ଜେମିଶନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଟିମ ସୌଥୀ ଗୋଟିଏ ଉଇକେଟ ନେଇଛନ୍ତି । ସ୍ପିନରଙ୍କୁ ସୁହାଉଥିବା ଏହି ପିଚରେ ପ୍ରଥମ ଇନିଂସରେ ଭାରତ ବଡ ସ୍କୋର ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.