ଭୁବନେଶ୍ୱର: ରାଜନୀତିରେ ବାରନେଗିଂ ହେଉଛି ଏକ ରଣକୈଶଳ। ଯାହାର ବାରନେଗିଂ ଯେମିତି ତାର ଦବଦବା ମଧ୍ୟ ସେମିତି। କ୍ଷମତାରେ ଆସନରେ ବସିବାକୁ କେହି ନୁହେଁ ଚିରାଚରିତ ଶତ୍ରୁ ବା ମିତ୍ର ଆଧାରରେ ଏବେ ବିଜେଡି ବିଜେପି ସହ ଗୋଟିଏ ବଡ ଡିଲ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।
ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିଛି। ବିରୋଧୀ ମେଣ୍ଟ ରାଜ୍ୟସଭାରେ ଏନଡିଏର ସଂଖ୍ୟା ବଳକୁ ଦେଖି ଅନାସ୍ଥା ପ୍ରସ୍ତାବ ଆଣିଛି। କିନ୍ତୁ ବିଜେଡି, ଓ୍ବାଇଏସଆର କଂଗ୍ରେସ ଭଳି ଅଘୋଷିତ ସମର୍ଥନ ସଂସଦରେ ପାଉଥିବାରୁ ବିଜେପିକୁ ହରାଇବା ଇ.ଣ୍ଡି.ଆ ମେଣ୍ଟ ପାଇଁ କାଠିକର ହୋଇପଡ଼ିଛି। ଏପରି ସ୍ଥିତିରେ ବିଜେଡିର ସମର୍ଥନ ଆବଶ୍ୟକ ରହିଛି । ଆଉ ଏହାକୁ ଦେଖି ରାଜ୍ୟରେ ଆଗକୁ ବଢୁଥିବା ବିଜେପିର ବିଜୟ ଅଭିଯାନରେ ବ୍ରେକ ଦେବାକୁ ବିଜେଡି ସୁପ୍ରିମୋ ଚିନ୍ତା କରିଥିବା ଜଣାପଡ଼ିଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
୨୦୧୯ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେଡି ୯ଟିରେ (ବିଜେପି ଆଠଟି, କଂଗ୍ରେସ ଗୋଟିଏ ଲୋକସଭା ଆସନ) ପରାଜୟ ବରଣ କରିଛି। ଦଳ ଏବେ ବିଧାନସଭା ସହିତ ଅନ୍ତିମ ନିର୍ବାଚନରେ ହାରିଥିବା ଲୋକସଭା ଆସନରେ ପୁଣି ଥରେ ଜିତିବା ପାଇଁ ଯୋଜନା କରୁଛି। ଏହାବାଦ ସ୍ବାଭାବିକ ଭାବେ ୨୦୧୯ରେ ଜିତିଥିବା ଆସନଗୁଡ଼ିକୁ ମଧ୍ୟ ବଜାୟ ରଖିବାକୁ ଯୋଜନା କରୁଛି।
ଭାରତୀୟ ଜନତା ପାର୍ଟିର କିଛି ସାସଂଦ ଯେଉଁ ମୁଣ୍ଡବ୍ୟଥା ଦେଇ ଆସୁଛନ୍ତି, ତାହାକୁ ବି ଦୂର କରିବାକୁ ବିଜେଡି ଚିନ୍ତା କରୁଛି। ଉଦାହରଣ ସ୍ୱରୂପ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନେକ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଘେରୁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ ଜଣେ ଶକ୍ତିଶାଳୀ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ ବିଜେଡି ଏବଂ କେନ୍ଦ୍ରର ଶାସକ ଦଳ ସହ ଭୁବନେଶ୍ବର ଓ ଆଉ କିଛି ସ୍ଥାନରେ ବିଜେପିକୁ ଦୁର୍ବଳ ପ୍ରାର୍ଥୀ ଦେବାକୁ ଅନୁରୋଧ କରିପାରେ। ଏପରି ସର୍ତ୍ତରେ ରାଜି ହେଲେ ଆଗାମୀ ଦିନରେ ବା ୨୦୨୪ରେ ଯଦି ବିଜେପି ଅକଳରେ ପଡ଼ିବ ତାହେଲେ ସମସ୍ତ ସମର୍ଥନ ବିଜେଡି ଦେବ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଏଭଳି କରି ରାଜ୍ୟରେ ବିଜେପିକୁ ଚେକ୍ ଦେବାକୁ ଲକ୍ଷ୍ୟ ରଖିଛି।
ନିକଟରେ ଭୁବନେଶ୍ୱରରେ ବିଜେଡି ପର୍ଯ୍ୟବେକ୍ଷକ ଭାବେ ପଶ୍ଚିମ ଓଡ଼ିଶାର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି ଦେଇଛି। କିନ୍ତୁ ଦଳର ପ୍ରାର୍ଥୀ ବା ଅପରାଜିତାଙ୍କ ବିରୋଧରେ ମୈଦାନରେ କିଏ ଲଢେଇ କରିବ ତାହା ସ୍ପଷ୍ଚ ହୋଇନାହିଁ।
ତେବେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ତାଙ୍କ ବିରୋଧରେ ଯିଏ ବି ମୈଦାନକୁ ଓହ୍ଲାନ୍ତୁ ତାଙ୍କୁ ସେ ସ୍ବାଗତ କରୁଛନ୍ତି। ଏଥର ସେ ନୁହେଁ ଏକ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଲୋକେ ଲଢେଇ କରିବେ।
ସେହିପରି ବାଲେଶ୍ୱରରେ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ (ନନା) ବିଜେପିର ହୋଇଥିବାରୁ ସେଠାରେ ମଧ୍ୟ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତେବେ ବାଲେଶ୍ୱରରେ ବିଜେଡି ପୁଣି ଥରେ ବାଜିମାତ୍ କରିବ ବୋଲି ଆଶା ବାନ୍ଧିଛି। ଏହାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ନନା କହିଛନ୍ତି, ରାଜ୍ଯରେ ବିଜେଡି ଦୀର୍ଘ ଦିନ ହେବ ସରକାରରେ ରହିଛି । ନିର୍ବାଚନ ଜିତିବା ପାଇଁ ବିଜେଡି ଯେଉଁ କଳବଳ କୈଶଳ ଆପଣାଏ ତାହା କାହାକୁ ଅଛପା ନୁହେଁ। ୨୦୧୯ ବେଳେ ମଧ୍ୟ ସେମାନେ ଜିତିବେ ବୋଲି ଏକରକମ ଭାବିସାରିଥିଲେ। ହେଲେ ଫଳାଫଳ କଣ ହେଲା ଆପଣ ଦେଖିଛନ୍ତି। ଆମେ ଲୋକଙ୍କ ସହ ଅଛୁ ତେଣୁ ବିଜେପିକୁ ବାଲେଶ୍ୱରରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ଯଦି ବିଜେଡି ଅଧିକ ଲୋକସଭା ଆସନ ଜିତିବ, ତା’ହେଲେ କେନ୍ଦ୍ରରେ ବିଜେପି ସରକାର ଆସୁ ଅବା ଅନ୍ୟ ଦଳ ତାସହ ଅଧିକ ଡିଲ୍ କରିପାରିବ। ସେହିପରି ଅଧିକ ବିଧାନସଭା ଆସନରେ ବିଜୟୀ ହେଲେ ଓଡ଼ିଶାରୁ ମଧ୍ୟ ରାଜ୍ୟସଭାର ସମସ୍ତ ଆସନରେ ଶଙ୍ଖ ଦଳ ବିଜୟୀ ହୋଇପାରିବ।
Comments are closed.