Latest Odisha News

ବିଜେଡ଼ିର ୧୫ ଜଣିଆ କମିଟି ଗଠନ, ବାଦ ପଡିଲେ ବବି

ଭୁବନେଶ୍ବର: ଗଠନ ହେଲା ବିଜେଡ଼ିର ନୂତନ କମିଟି । ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ଯର ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏହି ଟିମ୍ । ତେବେ ବିଜେଡିର ନୂତନ ଟିମରୁ ବାଦ୍ ପଡିଛନ୍ତି ପ୍ରଣବ ପ୍ରକାଶ ଦାସ ।

ନୂତନ କମିଟିର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ଅଛନ୍ତି ।

ଅନ୍ୟପଟେ କମିଟିରୁ ବାଦ୍ ପଡିଛନ୍ତି ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭାରୁ ପୂର୍ବତନ ସାଂସଦ ମମତା ମହନ୍ତ ଇସ୍ତଫା ଦେବା ପରେ ରାଜ୍ୟସଭାକୁ ପ୍ରଣବଙ୍କୁ ପଠାଇବା ପାଇଁ ବିଜେଡି ଯୋଜନା କରୁଥିବାର ଚର୍ଚ୍ଚା ଜୋର ଧରିଥିବା ବେଳେ କମିଟିରୁ ପ୍ରଣବ ବାଦ୍ ପଡିବା ଚର୍ଚ୍ଚାକୁ ଆହୁରି ବଢେଇଛି ।

Comments are closed.