Latest Odisha News

‘ଆଦିବାସୀ ଜମି ହଡପ କରିବାକୁ ଆଇନ ଆଣିଥିଲା ବିଜେଡି ସରକାର’

ମୟୂରଭଞ୍ଜ: ଆଜି ବାରିପଦାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ହୁଙ୍କାର ଭରୁଛନ୍ତି ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଖଣିଜ ସମ୍ପଦ ଓ ଲୁଟ୍ ରା୍ଜକୁ ନେଇ ବର୍ଷିଛନ୍ତି ମୋଦୀ । କହିଛନ୍ତି, ବିଜେଡି ସରକାର ଉପରେ ଓଡିଶାବାସୀ ଭରସା କରିଥିଲେ । ବିଜେଡି ସରକାର ଆଦିବାସୀଙ୍କର ଜମି ହଡପ କରିବାଙ୍କୁ କାନୁନ ଆଣିଥିଲେ । କିନ୍ତୁ ବିଜେପି ସରକାର ତାହା ସଫଳ ହେବାକୁ ଦେଲେ ନାହିଁ  । କିନ୍ତୁ ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପରେ ମୌକା ଛାଡ଼ିବନି ବୋଲି କହିଛନ୍ତି ମୋଦି ।

ଡିଏମ୍‌ଏଫରେ ହଜାର ହଜାର କୋଟି ଦେଇଛୁ । ବିଜେଡି ସବୁଥିରେ ଘୋଟାଲା କଲା । ଲୁଟ୍‌ ମାଲ୍‌ ବିଦେଶକୁ ଯାଇଥିବା ବି ଚର୍ଚ୍ଚା ହେଉଛି ବୋଲି କହିଛନ୍ତି ମୋଦି । ବିଜେପି ସରକାର ଆସିଲେ ଲୁଟ୍‌ ମାଲ୍‌ ଗୋଟି ଗୋଟି କରି ଆଦାୟ ହେବ, ଏହା ମୋଦି ଗ୍ୟାରେଣ୍ଟି  । ଯିଏ ଲୁଟିଛନ୍ତି, ତାଙ୍କଠାରୁ ସବୁ ଅର୍ଥ ଆଦାୟ ହେବ । ଜନତାଙ୍କ ଲୁଟେରା ସାରା ଜୀବନ ଜେଲ୍‌ରେ ରହିବେ । ଜନତାଙ୍କ ଲୁଟେରା ପ୍ରତି କୌଣସି ସାଲିସ କରାଯିବ ନାହିଁ ବୋଲି କହି ବାରିପଦାରେ ଜୋର୍ ଦାର ବର୍ଷିଛନ୍ତି ମୋଦି ।

Comments are closed.