Latest Odisha News

ଓଡ଼ିଶାର ବିକାଶ ନାଁରେ ବିଶ୍ୱାସଘାତକତା କରିଛି ବିଜେଡି: ମୋଦି

ବାଲେଶ୍ବର: ଆସନ୍ତା ୧ ତାରିଖ ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏହି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାରିପଦା  ପରେ ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ବାଲେଶ୍ୱର ହେଉଛି ଧାନ, ପାନ ଏବଂ ମୀନର କ୍ଷେତ୍ର ।

ଓଡ଼ିଶା ପ୍ରାକୃତିକ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଗରୀବ କଣ ପାଇଁ ବୋଲି ପଚାରିଛନ୍ତି ମୋଦି । ପ୍ରଥମେ କଂଗ୍ରେସ ନେତାମାନେ ଓଡିଶାକୁ ଲୁଟିଲେ । ଏବେ ବିଜେଡି ସରକାର ୨୫ ବର୍ଷ ହେଲା ଓଡିଶାକୁ ଲୁଟୁଛନ୍ତି । ଓଡ଼ିଶାରେ ନୂଆ କଥା ଛାଡ଼, ପୂର୍ବରୁ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇଛି।  ଏଠାରେ ବର୍ଷ ବର୍ଷ ଧରି ସଡକ,ରେଳ ହୋଇପାରୁନାହିଁ । ବିଜେଡି  ବିକାଶ ନାଁରେ ଆପଶମାନଙ୍କ ସହ ବିଶ୍ୱାସଘାତ କରିଛି। ଯାହା ବି ବିକାଶ ହୋଇଛି ଗତ ୧୦ ବର୍ଷ ହେବ ବିଜେପି କରିଛି ବୋଲି କହିଛନ୍ତି ମୋଦି ।

ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା କ୍ଷଣି ପର୍ଯ୍ୟଟନର ବିକାଶ ହେବ। ଓଡ଼ିଶାରେ ତୀର୍ଥଯାତ୍ରା, ସମୁଦ୍ର ପର୍ଯ୍ୟଟନର ସବୁ  ବିକାଶ କରାଯିବ। ବିଜେଡି ମତ୍ସ୍ୟଚାଷୀ ମାନଙ୍କ ପାଇଁ ମଧ୍ୟ କିଛି କରିନାହିଁ । ପ୍ରଥମଥର ପାଇଁ ମୋଦି ସରକାର ‘ପିଏମ୍ ମତ୍ସ୍ୟ ସମ୍ପଦ’ ଯୋଜନା ଆଣିଛି । ଏହା ମତ୍ସ୍ୟଚାଷର ସ୍ଥିତିରେ ଉନ୍ନତି ଆଣିବବୋଲି କହିଛନ୍ତି ମୋଦି ।

ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକେଲ ନଥିଲା, ଆଜି ସେମାନଙ୍କ ପାଖରେ ବଡ ବଡ ଗାଡ଼ି ରହିଛି । ସରକାରୀ ସମିତିରେ ବି ଦୁର୍ନୀତି କରିଛନ୍ତି ବିଜେଡି ସରକାର । ଚାଷୀଙ୍କ ନାଁରେ ଜାଲିଆତି କରି ଲୋନ୍ ନେଇଗଲେ । ଚାଷୀଙ୍କ ଆୟରେ ବି କଟନୀ ଛଟନୀ କରୁଛନ୍ତି । ବିଜେପି ସରକାର ଆସିଲେ ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବ। ଧାନର ମୂଲ୍ୟ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆପଣଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି  ।ବିଜେପି ସରକାର ଏ ସବୁ ଖେଳ ବନ୍ଦ କରିବ କହିଛନ୍ତି ମୋଦି ।

ବିଜେପି ଆସିଲେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ସୁଭଦ୍ରା ଯୋଜନାରେ ବି ସୁଫଳ ମିଳିବ । ବିଜୁଳି ବିଲ୍ ପୂରା ଛାଡ୍ ହେବ । ଏହା ସହିତ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଆପଣମାନେ ବିଜଳି ବିକ୍ରି କରି ରୋଜଗାର ବି କରିବେ । ଓଡିଶାର ଲୋକ ଚାହାନ୍ତି ମୋଦୀ ଗ୍ୟାରେଣ୍ଟି । ୧୦ ଜୁନ୍ ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଲେ ମୋଦୀ ।

ସଭାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି,ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଏତେ ଅସୁସ୍ଥ ହୋଇପଡିଲେ କେମିତି । ଅନେକ ଜଣ ଚର୍ଚ୍ଚା କରୁଛନ୍ତି ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି । ସବୁଠୁ ବଡ କଥା ହେଉଛି ଏହା ପଛରେ କିଛି ଷଡଯନ୍ତ୍ର ଥାଇ ପାରେ ବୋଲି ତାଙ୍କ ପାଖ ଲୋକ ସନ୍ଦେହ କରୁଛନ୍ତି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଯାଞ୍ଚ କରାଯିବ । ଅଚାନକ କେମିତି ତାଙ୍କ ସ୍ବାସ୍ଥ୍ୟ ଏତେ ଖରାପ ହେଲା ସବୁର ତଦନ୍ତ କରାଯିବ ବୋଲି ମୋଦୀ କହିଛନ୍ତି ।

ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର ଆସିବ। ସାରା ଓଡ଼ିଶାରେ ଗୋଟିଏ ମତ, ଗୋଟିଏ ବିଚାର ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବିକାଶ ପାଇଁ ଦୁଇ ଥର ପଦ୍ମ । ଦୁଇ ଥର ବିକାଶ । ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି  ମୋଦୀ ।

 

Comments are closed.