Latest Odisha News

ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର: ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଗୁରୁ ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନ କଲେ ପୂରା ସମାଜର କଲ୍ୟାଣ ସାଧିତ ହୋଇଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ବିରଜା ଦେବୀ, ଶିକ୍ଷାବିତ ରମାକାନ୍ତ ଜେନା , ପାଲାଚାର୍ଯ୍ୟ ମଦନ ମୋହନ ଜେନାଙ୍କୁ ଗୁରୁ ପ୍ରଣାମ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ଵନାଥ ରଥ ମଧ୍ୟ ସମ୍ମାନିତ ହୋଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ,ଯୁଗ ଯୁଗରୁ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ବାନ୍ଧି ହୋଇ ରହିଛେ। ଦିବ୍ୟ ଜୀବନ ସଂଘର ସନ୍ୟାସୀ ସ୍ୱାମୀ ଚିଦାନନ୍ଦ ମହାରାଜ ଓ ଭର୍ଚ୍ୟୁଆଲ ମୋଡ଼ରେ ପ୍ରଫେସର ରଜତ କୁମାର କର ଯୋଗଦେଇଥିଲେ।

ଏହି ଅବସରରେ ଡ. ଜ୍ଞାନେନ୍ଦ୍ରଙ୍କ ଦ୍ଵାରା ଲିଖିତ “ଆର୍ଯ୍ୟ ସମାଜ ଓ ସ୍ୱାମୀ ଦୟାନନ୍ଦ” ପୁସ୍ତକର ଦ୍ଵିତୀୟ ଭାଗ ଉନ୍ମୋଚିତ ହୋଇଥିଲା। ଆର୍ଯ୍ୟ ଭବନରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଏକ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସୀତାବଲ୍ଲଭ ମହାପାତ୍ର ,
ଓ ବିବେକାନନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ  ଓ ଯୁଧିଷ୍ଠିର ଖଟୁଆ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.