Latest Odisha News

BREAKING NEWS

ଯାଜପୁର: ୧୨ଟି ଜିଲ୍ଲାପରିଷଦ ଜୋନରୁ ୧୧ଟି ଜୋନରେ ବିଜେଡି ଆଗରେ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍ । ଏହା ଅଧୀନରେ ଥିବା ପଞ୍ଚାୟତର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇ ପ୍ରାଥମିକ ପର୍ୟ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି।

ଯାଜପୁର ୩୦ ନମ୍ବର ଜୋନ୍ରେ ବିଜେଡିର ସୁନୀତା ରାଉତ ୬୫୫୪ ଓ ବିଜେପିର ସୁଲୋଚନା ପୁହାଣ ୧୮୫୮ ଭୋଟ ପାଇଛନ୍ତି।

ଧର୍ମଶାଳା ଜୋନ୍-୧୨ରେ ବିଜେଡି ପ୍ରାର୍ଥୀ ପ୍ରଣତି ଲେଙ୍କା ୨୬୫୧ ଓ ବିଜେପି ପ୍ରାର୍ଥୀ ମାନସ କୁମାର ମହାନ୍ତି ୧୬୩୮ ଭୋଟ ପାଇଛନ୍ତି।

ଦାନଗଦି ୯ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଟିନା ହାଇବ୍ରୁ ୨୧୬୬ ଓ ବିଜେପି ପ୍ରାର୍ଥୀ ସୁନାମଣି ସଏ ୧୮୩୯ ।

ଦଶରଥପୁର ୫ ନମ୍ବର ଜୋନ୍ରେ ବିଜେଡିର ମନସ୍ବିନୀ ଦାସ ୬୧୬୫ ଓ ବିଜେପିର ଅନ୍ନପୂର୍ଣ୍ଣା ସେଠୀ ୨୮୦୯ ।

ବଡ଼ଚଣା ୧୮ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ସସ୍ମିତା ମହାନ୍ତି ୩୪୦୧ ଭୋଟ ପାଇଥିବାବେଳେ ବିଜେପିର ଦେବଯାନୀ ପ୍ରଧାନ ୨୨୯୯ ଭୋଟ ।

କୋରେଇ ୨ ନମ୍ବର ଜୋନ୍ରେ ବିଜେଡିର ଉମାକାନ୍ତ ମାଝି ୩୮୮୧ ଓ ବିଜେପି ପ୍ରାର୍ଥୀ ଆଲୋକ କୁମାର ମଲିକ ୧୯୬୫ ଭୋଟ ପାଇଛନ୍ତି।

ବଡ଼ଚଣା ବ୍ଲକ ୧୭ ନମ୍ବର ଜୋନରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଗଣେଶ୍ବର ବରାଳ ୩୬୮୮ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରୀତମ କୁମାର ନାୟକ ୧୮୦୫ ଭୋଟ ପାଇଛନ୍ତି।

ବିଂଝାରପୁର ୨୬ ନମ୍ବର ଜୋନ୍ରେ ବିଜେଡିର ନନ୍ଦକିଶୋର ସାମଲ ୨୪୮୪ ଏବଂ ବିଜେପି ପ୍ରାର୍ଥୀ ଅରୁଣଜିତ ରାଉତରାୟ ୯୭୭ ଭୋଟ ପାଇଛନ୍ତି।

ଧର୍ମଶାଳା ଜୋନ୍-୧୩ରେ ବିଜେଡି ପ୍ରାର୍ଥୀ ସ୍ମୃତିରେଖା ବେହେରା ୪୪୯୫ ଓ ବିଜେପି ପ୍ରାର୍ଥୀ ଚନ୍ଦ୍ରପ୍ରଭା ବାରିକ ୧୬୫୪ ଭୋଟ ପାଇଛନ୍ତି।

ରସୁଲପୁର ୩୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ମମତା ଖୁଣ୍ଟିଆ ୩୫୬୦ ଓ ବିଜେପିର ରେବତୀ ସ୍ବାଇଁ ୨୪୫୨ ଭୋଟ ପାଇଛନ୍ତି।

ସୁକିନ୍ଦା ୩୮ ନମ୍ବର ଜୋନ୍ରେ ବିଜେଡି ପ୍ରର୍ଥୀ ସାଧୁଚରଣ ତିୟୁ ୧୭୭୬ ଭୋଟ ପାଇଥିବାବେଳେ ବିଜେପିର ବିନୋଦ ହେମ୍ବ୍ରମ ୯୨୪ ଭୋଟ ପାଇଛନ୍ତି।

ଜିଲ୍ଲାର ବରୀ ବ୍ଲକ ୨୨ ନମ୍ବର ଜୋନ୍ରେ ବିଜେଡିର ଦିଲ୍ଲିପ ମହାନ୍ତି ୨୧୩୭ ଭୋଟ ପାଇଥିବା ବେଳେ ବିଜେପିର କବିର ଦାସ ୨୪୮୩ ଭୋଟ ପାଇ ଆଗୁଆ ଅଛନ୍ତି।

Comments are closed.