Latest Odisha News

BREAKING NEWS

ଫଳାଫଳକୁ ନେଇ ଅସନ୍ତୋଷ, ପୁନଃଗଣତି କରିବାକୁ ସରପଞ୍ଚ ପାର୍ଥ୍ରୀନୀଙ୍କ ଦାବି

କେନ୍ଦୁଝର: ଯୋଡ଼ା ବ୍ଲକ ଭଦ୍ରାସାହିରେ ଭୋଟ ଗଣତି ଶେଷ ହୋଇଛି । ହେଲେ ଭଦ୍ରାସାହିର ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ନାଏକ ଭୋଟ ଗଣତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ପୁନଃଗଣତି କରିବାକୁ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଭଦ୍ରାସାହିରେ ୭ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ । ଦୁଇ ଯା’ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଫଳାଫଳ ବାହାରିବା ପରେ ବଡ଼ ଯା’ ପ୍ରମିଳା ନାଏକ ୧୦୬୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସାନ ଯା’ ବାସନ୍ତୀ ନାଏକ ୫ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଏହି ଫଳାଫଳକୁ ନେଇ ବାସନ୍ତୀ ନାଏକ ଅସନ୍ତୋଷ ହୋଇ ପୁନଃ ଗଣତି କରିବାକୁ ଦାବି କରିଛନ୍ତି ।

ଏନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ନିକଟକୁ ଲିଖିତ ଅଭିଯୋଗ ନେଇ ଯାଇଥିଲେବି ସେ ଅଭିଯୋଗ ଗ୍ରହଣ କରିନଥିବା ବାସନ୍ତୀ କହିଛନ୍ତି ।

Comments are closed, but trackbacks and pingbacks are open.