Latest Odisha News

BREAKING NEWS

BJDରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…

ଭୁବନେଶ୍ବର: ରବିବାର ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ ଜାରି କରି ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।

ତେବେ ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ ହୋଇଥିଲେ ସୁଦ୍ଧା ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ଦଳର ଅଧିକୃତ ପ୍ରାର୍ଥୀଙ୍କ ପକ୍ଷରେ ଭୋଟଦାନ କରିବାକୁ ପଡିବ। ଏଣୁ ଉଭୟ ଦଳର ହ୍ବିପକୁ କଡ଼ାକଡ଼ି ପାଳନ କରି ଦଳୀୟ ଶୃଙ୍ଖଳାରେ ମତଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଦଳରୁ ନିଲମ୍ବିତ ହୋଇଛନ୍ତି, ଦଳରୁ ସେମାନେ ବହିଷ୍କୃତ ହୋଇନାହାନ୍ତି। ହୁଇପ୍ ନ ମାନି ଦଳ ବାହାରେ ଭୋଟ ଦେଲେ ସଭ୍ୟ ପଦ ରଦ୍ଦ ହେବ ।

ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ଚିଠି ଲେଖି ଦଳର ନିର୍ଦ୍ଦେଶ ମାନିବାକୁ କହିଛନ୍ତି ବିଜେଡିର ଚିଫ୍‌ ହ୍ୱିପ୍‌ ପ୍ରମିଳା ମଲ୍ଲିକ। ଚିଠିରେ ଉଲ୍ଲେଖ ରହିଛି ଯେ, ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ବିଧାୟକ ହୋଇଥିବାରୁ ଦଳର ଅଧିକୃତ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍‌ ଦେବାକୁ ପଡିବ ।

ସୂଚନାଥାଉକି, ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ।

Comments are closed.