Latest Odisha News

BREAKING NEWS

ଦଳ ଛାଡ଼ିଲେ ବିଜେଡ଼ି ନେତା ବୃନ୍ଦାବନ ମାଝୀ

ଭୁବନେଶ୍ୱର: ବିଜେଡ଼ି ନେତା ବୃନ୍ଦାବନ ମାଝୀ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଶନିବାର ଦିନ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି ।

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରି କହିଛନ୍ତି, ଦଳୀୟ ଟିକଟ ବଣ୍ଟନରେ ଅନୀୟମିତତା ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଛନ୍ତି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ବୃନ୍ଦାବନ ତାଙ୍କର ପୂର୍ବ ଦଳ ବିଜେପିରେ ପୁନର୍ବାର ଯୋଗଦାନ କରିବେ । ସେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଛି ।

ବରିଷ୍ଠ ନେତା ବୃନ୍ଦାବନ ମାଝୀ ୨୦୦୪ ମସିହା ବିଧାନସଭା ନିର୍ବାଚନରେ ବିଜେପି ଟିକଟରେ ଲଇକେରା ଆସନରୁ ନିର୍ବାଚନ ଲଢି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳଙ୍କୁ ୧,୩୪୪ ଭୋଟ ବ୍ୟବଧାନରେ ପରାସ୍ତ କରି ଚର୍ଚ୍ଚିତ ହୋଇଥିଲେ ।

ସେ ବିଜେଡ଼ିରେ ମାର୍ଚ୍ଚ ୧୩ ତାରିଖ ୨୦୦୯ରେ ଯୋଗଦାନ କରିଥିଲେ । ସେ ବିଜେଡ଼ି ଟିକଟରେ ୨୦୦୯ ନିର୍ବାଚନରେ କୁଚିଣ୍ଡା ଆସନରୁ ଲଢି କଂଗ୍ରେସ ଓ ବିଜେପି ପଛକୁ ତୃତୀୟ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.