Latest Odisha News

BREAKING NEWS

ଏପ୍ରିଲ ୨ରୁ ଓଡ଼ିଶାରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଦିନବେଳା ତାପମାତ୍ରା ଅହେତୁକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସକାଳୁଆ ଖୋଲିବାର ନିଷ୍ପତ୍ତି ନେଇଥିବାର ଏକ ବିଜ୍ଞପ୍ତି ଓଡ଼ିଶା ସରକାର ପ୍ରକାଶ କରିଛନ୍ତି ।

ଏନେଇ ଏକ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି । ଏଥିସହିତ ସମସ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କୁ ସକାଳୁଆ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହାବ୍ୟତୀତ, ଏହି ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ ଦିନ ୧୦ଟା ସମୟରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏପ୍ରିଲ୍ ୨ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟମାନଙ୍କରେ ଆଡ଼ମିସନ କାର୍ଯ୍ୟ ସମାପ୍ତ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଏପ୍ରିଲ୍ ୩ ତାରିଖରୁ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ବିଜ୍ଞପ୍ତିରେ ମେ ୬ ତାରିଖରୁ ସମସ୍ତ ବିଦ୍ୟାଳୟ ମାନଙ୍କରେ ଖରାଦିନ ଛୁଟି ଆରମ୍ଭ ହେବାର ଉଲ୍ଲେଖ ରହିଛି ।

Leave A Reply

Your email address will not be published.