Latest Odisha News

BREAKING NEWS

ମନ୍ମଥଙ୍କ ଦ୍ଵିତୀୟ ଇନିଂସ, ପ୍ରଥମ ପତ୍ନୀଙ୍କ ବାନ୍ଧବୀଙ୍କ ସହ ପଡିଲା ହାତଗଣ୍ଠି

ଭୁବନେଶ୍ଵର: ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ମନ୍ମଥ । ତେବେ ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।

ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର । ସେ ମୁମ୍ବାଇରେ ଚାକିରି କରନ୍ତି । ଚନ୍ଦକା ରିସୋର୍ଟରେ ଉଭୟଙ୍କ ବିବାହ ହୋଇଛି । ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ତେବେ ବିବାହ ସମୟରେ ବାପା ସୁରେଶ ରାଉତରାୟ, ମା ମାଳତୀ ରାଉତରାୟ ଏବଂ ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି  ସଭାପତି ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିଲେ । ବିବାହ ଉତ୍ସବ ପାଇଁ ଚନ୍ଦକା ରିସର୍ଟକୁ ୨ ଦିନ ପାଇଁ ବୁକ୍‌ କରାଯାଇଥିଲା । ବିବାହ ବେଳେ ରିସର୍ଟ ଭିତରେ ମୋବାଇଲ୍‌ରେ ଫଟୋ ଉଠାଇବା  ଓ ଭିଡିଓ ଉତ୍ତୋଳନ କରିବା ଉପରେ ବାରଣ କରାଯାଇଥିଲା ।

ତେବେ ମନ୍ମଥଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା । ତେବେ ସବୁଠାରୁ ରୋଚକ କଥା ହେଉଛି ଯେ, ମନ୍ମଥ ଯାହାକୁ ଦ୍ଵିତୀୟ ବିବାହ କରିଛନ୍ତି ତଥା ରୋଜାଲିନ୍‌ ହେଉଛନ୍ତି ତାଙ୍କ ପ୍ରଥମ ପତ୍ନୀ ସୁଚିସ୍ମିତା ମହାପାତ୍ରଙ୍କ ବାନ୍ଧବୀ । ବିଳମ୍ବିତ  ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ତାଙ୍କର ବାହାଘର  ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।

Comments are closed.