ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ। ଏଠାରେ ଦୃତଗତିରେ ଦିଲ୍ଲୀରୁ ଆସୁଥିବା ଏକ ଟ୍ରେନ୍ ହଠାତ୍ ଅଲଗା ହେଇଗଲା। ଟ୍ରେନଟି ଦୁଇଟି ଭାଗରେ ବିଭକ୍ତ ହୋଇଗଲା। ନନ୍ଦନକାନନ ଏକ୍ସପ୍ରେସ୍ ଆନନ୍ଦ ବିହାରରୁ ଓଡ଼ିଶାର ପୁରୀକୁ ଯାଉଥିଲା। ଚନ୍ଦୌଲିର ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ ନିକଟରେ ଟ୍ରେନ୍ର କପଲିଂ ହଠାତ୍ ଭାଙ୍ଗି ଗଲା। ଫଳରେ ଟ୍ରେନଟି ଅଲଗା ହୋଇଗଲା।
ସୂଚନା ଅନୁଯାୟୀ, ସ୍ଲିପର କୋଚ୍ S4 ବଗିର କପଲିଂ ଭାଙ୍ଗିଯିବାରୁ ଟ୍ରେନ୍ ନମ୍ବର 12876 ନନ୍ଦନ କାନନ ଏକ୍ସପ୍ରେସ୍ ଦୁଇଟି ଭାଗରେ ବିଭକ୍ତ ହୋଇଗଲା। କିଛି ସମୟ ମଧ୍ୟରେ ସେଠାରେ ଉତ୍ତେଜନା ସୃଷ୍ଟି ହେଲା। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ବର୍ତ୍ତମାନ ଟ୍ରେନକୁ ମରାମତି କରାଯାଉଛି।
ଏହା ପୂର୍ବରୁ ଫତେପୁରରେ ମଧ୍ୟ ଏକ ବଡ଼ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଏଠାରେ ଗୋଟିଏ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହିତ ଧକ୍କା ହେଲା। ଦୁର୍ଘଟଣାରେ ଇଞ୍ଜିନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଖାଗା ସହରରେ ଏହି ମାଲବାହୀ ଟ୍ରେନଗୁଡ଼ିକ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସିଗନାଲ ନଥିବାରୁ ପ୍ରଥମ ମାଲବାହୀ ଟ୍ରେନ୍ ଖାଗା କୋତୱାଲି ଅଞ୍ଚଳର ପାମ୍ଭିପୁରରେ DFCCIL ଟ୍ରାକରେ ଠିଆ ହୋଇଥିଲା। ଏହା ପଛରୁ ଅନ୍ୟ ଏକ ମାଲବାହୀ ଟ୍ରେନ୍ ଦ୍ୱାରା ଧକ୍କା ପାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାଁନ୍ତି।
ସେହିପରି ଦୁଇ ଦିନ ପୂର୍ବେ, ବିହାରର ମିଥିଳା ଏକ୍ସପ୍ରେସ ଟ୍ରେନର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନଟି ଲାଇନଚ୍ୟୁତ ହେବାରୁ ରକ୍ଷା ପାଇଯାଇଥିଲା। ମିଥିଳା ଏକ୍ସପ୍ରେସ୍ ହାୱଡାରୁ ରକ୍ସୌଲ ଜଙ୍କସନକୁ ଆସୁଥିଲା। ତା’ପରେ, ରକ୍ସୌଲ କେନାଲରେ ରେଳ କ୍ରସିଂ ବନ୍ଦ ଥିବାରୁ, ଜଣେ ବାଇକ୍ ଚାଳକ ପାର୍ଶ୍ୱରୁ ଟ୍ରାକ ପାର ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବାଇକ୍ଟି ରେଳ ଟ୍ରାକ୍ ମଝିରେ ଫସି ଯାଇଥିଲା। ବାଇକ୍ ଆରୋହୀ ତାଙ୍କ ବାଇକ୍ ବାହାର କରିବାକୁ ଯଥାସମ୍ଭବ ଚେଷ୍ଟା କଲେ କିନ୍ତୁ ସେ ବିଫଳ ହେଲେ। ଏହି ସମୟରେ, ମିଥିଳା ଏକ୍ସପ୍ରେସ୍ ବାରମ୍ବାର ହର୍ଣ୍ଣ ବଜାଇ ଆସିଲା। ବାଇକ ଚାଳକ ଜଣକ ଟ୍ରାକ ମଝିରେ ତାଙ୍କ ବାଇକ ଛାଡି ସେଠାରୁ ଚାଲିଗଲେ। ତା’ପରେ ଡ୍ରାଇଭର ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇଲେ, କିନ୍ତୁ ଟ୍ରେନ୍ଟି ବାଇକ୍କୁ କିଛି ଦୂର ପର୍ଯ୍ୟନ୍ତ ଟାଣି ନେଇ ଆଗକୁ ବଢ଼ିଗଲା। ଏହା ପରେ, ଡ୍ରାଇଭର ଟ୍ରେନରୁ ଓହ୍ଲାଇ ବାଇକଟିକୁ ବାହାର କରିଥିଲେ ଏବଂ RPFକୁ ସୂଚନା ଦେବା ପରେ, ଟ୍ରେନଟି ରକ୍ସୌଲ ଜଙ୍କସନକୁ ଯାତ୍ରା କରିଥିଲା।
Comments are closed.