Latest Odisha News

BREAKING NEWS

ଓଡିଶାର ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ସିଇଓଙ୍କ ସୁପାରିଶ

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବାତିଲ ହୋଇଥିବା ଅନ୍ୟ ୧୦ଟି ବୁଥରେ ସାନି ମତଦାନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ସୁପାରିଶ କରାଯାଇଥିବା ନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ବୁଥଗୁଡିକରେ ସାନି ମତଦାନ ଲାଗି ଏପ୍ରିଲ୍ ୨୪ ତାରିଖରେ ବିସ୍ତୃତ ବିବରଣୀ ସହ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା ।

ଉକ୍ତ ବୁଥ୍ ଗୁଡିକ ମଧ୍ୟରେ ରହିଛି-

  1. ବୁଥ୍ ନମ୍ବର ୬୨- ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ସ୍ଥିତ ଗାଦିବ୍ରହ୍ମ ପ୍ରାଇମେରି ସ୍କୁଲ୍
  2. ବୁଥ୍ ନମ୍ବର ୨୨୨- ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କମାସାଶନ
  3. ବୁଥ୍ ନମ୍ବର ୯୦- ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖୁଣ୍ଟକଟା ପ୍ରାଇମେରି ସ୍କୁଲ୍
  4. ବୁଥ୍ ନମ୍ବର ୧୦୦- ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସତ୍ୟବାସୁଦେବପୁର ୟୁଜିଏମଇ ସ୍କୁଲ୍
  5. ବୁଥ୍ ନମ୍ବର ୧୩୭ ଓ ୧୩୮- ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନଗର ୟୁଜିଏମଇ ସ୍କୁଲ୍
  6. ବୁଥ୍ ନମ୍ବର ୧୯୬- ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ
  7. ବୁଥ୍ ନମ୍ବର ୧୮୩- ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସିଆରିଆ
  8. ବୁଥ୍ ନମ୍ବର ୭୮- ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବୀରକେଶରପୁର ସ୍ଥିତ ବାହାଦଳପୁର ନୋଡାଲ୍ ୟୁପି ସ୍କୁଲ୍
  9. ବୁଥ୍ ନମ୍ବର ୮୫- ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ଜନ୍ଦାବାହଲ ।

କେନ୍ଦ୍ରୀୟ ଭୁବନେଶ୍ୱରର ବୁଥ୍‌ ନମ୍ବର ୧୨୭ ସହିଦ ନଗର ହାଇସ୍କୁଲ୍‌ ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୨୭ ଭୁଲନୂଆଗାଁ।

Leave A Reply

Your email address will not be published.