Latest Odisha News

BREAKING NEWS

ସ୍ପଷ୍ଟୀକରଣ ରଖିଲା ବିଜେଡି; ‘ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ’

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ବାହାରିବା ଦିନ ଠାରୁ ଗାଏବ ଅଛନ୍ତି ଭିକେ ପାଣ୍ଡିଆନ । ସର୍ବସାଧାରଣରୁ ଦୂରେଇ ରହୁଛନ୍ତି ପାଣ୍ଡିଆନ । ଏପରିକି ନବୀ ନିବାସରେ ତୁହାକୁ ତୁହା ବସୁଥିବା ବୈଠକରେ ମଧ୍ୟ ନଜର ଆସୁନାହାନ୍ତି । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଥିବାବେଳେ, ଆଜି ପାଣ୍ଡିଆନ୍ ଖବର ସାମ୍ନାକୁ ଆସିଛି ।

ଗତକାଲି ରାତିରୁ ପାଣ୍ଡିଆନ ଦିଲ୍ଲୀରେ ଥିବା ଜଣାପଡିଛି । ଏମିତିକି ବିମାନରେ ଯାତ୍ରା କରୁଥିବା ସମୟରେ ପାଣ୍ଡିଆନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ଆଜି ସନ୍ଧ୍ୟାରେ ବିଜେଡି ପକ୍ଷରୁ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଭିକେ ପାଣ୍ଡିଆନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । କିଛି ଗଣମାଧ୍ୟମ ଏନେଇ ଅରୁଚିକର ଖବର ପରିବେଷଣ କରୁଛନ୍ତି । ତେଣୁ ଏଭଳି ଖବର ପରିବେଷଣରୁ କ୍ଷାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.