Latest Odisha News

BREAKING NEWS

ବିଜେପି କର୍ମୀଙ୍କୁ ଆକ୍ରମଣ: ଗିରଫ ହେଲେ ୨ ବିଜେଡି ନେତା

ବ୍ରହ୍ମପୁର: ବିଜେପି ନେତାଙ୍କ ସହ ୪ ଜଣଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ୨ ବିଜେଡି ନେତା, ରଣ୍ଢା ସରପଞ୍ଚ ଅଜିତ ରାଉଳ ଓ ସହଯୋଗୀ ସୁବାଶିଷ ସାହୁ ଙ୍କୁ ଗିରଫ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା କରିଥିଲା ଗୋଳନ୍ଥରା ପୋଲିସ ।

ତେବେ ଗତ ୭ ତାରିଖରେ ଗୋଳନ୍ଥରାରେ ୫ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଖଣ୍ଡାରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡା ଆକ୍ରମଣରେ ୩ ବିଜେପି କର୍ମୀଙ୍କ ସମେତ ଦୁଇ ବ୍ୟବସାୟୀ ଆହତ ହୋଇଥିଲେ। ପୁଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଅଭିଯୋଗ ଆଧାରରେ ପୁଲିସ ୨ ସ୍ଥାନୀୟ ବିଜେଡି ନେତାଙ୍କୁ ଗୋଳନ୍ଥରା ଥାନା ରେ ଅଟକ ରଖି ପଚରାଉଚରା କରିଥିଲା । ପରେ ସତ୍ୟାସତ୍ୟ ଯାଞ୍ଚ କରି ଉକ୍ତ ଦୁଇ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ୍  ।

Comments are closed.