ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ଜାହୀର ଖାଁ ବର୍ତମାନର ମୂଖ୍ୟ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖେଳାଳିଙ୍କୁ ବାରମ୍ବାର ଅଦଳବଦଳ କରିବା ମନରେ ଅସ୍ଥିରତା ସୃଷ୍ଟି କରେ । ଟିମ ଭିତରେ ସ୍ଥିରତା ରହିବା ଉଚିତ । କେଏଲ ରାହୁଲଙ୍କ ବଦଳରେ ଅକ୍ଷର ପଟେଲଙ୍କୁ କଟକ ଦିନିକିଆରେ ଆଗ ବ୍ୟାଟିଂ କରିବା ପାଇଁ ପଠାଇବା ନେଇ ବିବାଦ ସୃଷ୍ଟି ହେଉଛି । ଅନେକ ପୂର୍ବତନ ଖେଳାଳି ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୁଇ ଓପନରଙ୍କ ବ୍ୟତୀତ ଅନ୍ୟ ବ୍ୟାଟିଂ କ୍ରମରେ ବାରମ୍ବାର ପରିବର୍ତନ କରାଯିବା ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି ।
ସମ୍ପୂର୍ଣ୍ଣ ସିଷ୍ଟମକୁ ତରବରିଆ ଭାବେ ବଦଳାଇବା ଠିକ ନୁହେଁ । ଧିରେ ଧିରେ ଏଥିରେ ପରିବର୍ତନ କରାଯିବା ବୁଦ୍ଧିମାନର କାମ ହେବ । ରାହୁଲ ଡ୍ରାଭିଡ କୋଚିଂ ଏବଂ ଗମ୍ଭୀରଙ୍କ ଶୈଳୀରେ ଆକାଶ ପାତାଳ ଫରକ ରହୁଛି । ଖେଳାଳିମାନଙ୍କୁ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ତୁମ ଶୈଳୀରେ ସାମିଲ କରିବା ଉଚିତ । ତେବେ ଏହା ସତ୍ୱେ ଭାରତ ଭଲ ପ୍ରଦର୍ଶନ କରୁଥିବାରୁ ଜାହୀର ଅଭିନନ୍ଦନ ଜଣାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ସିରିଜର ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ବୁଧବାର ଖେଳାଯିବ ।
Comments are closed.