Latest Odisha News

ସାଂସଦ ଅପରାଜିତାଙ୍କ ସାଥୀରେ ଗୁଣ୍ଡା ବାହିନୀ ଅଛନ୍ତି : ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର :ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ରାଜନୀତି ଜୋର୍ ଧରିଛି ।ଏନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି କି ସାଂସଦଙ୍କୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଲୋକମାନେ ସମସ୍ୟା ଜଣାଇବାକୁ ଯାଇଥିବା ବଳେ । ସେମାନଙ୍କୁ ଆକ୍ରମଣ କରିଥିଲା ଗୁଣ୍ଡା ବାହିନୀ । ଲୋକଙ୍କ ସମସ୍ୟ ଶୁଣିବା ବଦଳରେ ଲୋକଙ୍କୁ ଆକ୍ରମଣ କରିଛନ୍ତି ସାଂସଦଙ୍କ ସମର୍ଥକ ।

ଅନ୍ୟପଟେ ଗତକାଲି କିଛି ବସ୍ତି ବାସିନ୍ଦା ମାନେ ଅପରାଜିତାଙ୍କୁ ଅପେକ୍ଷା କରିଥିଲେ ଦେଖିବା ପାଇଁ । ସେହି ସମୟରେ କିଛି ଗୁଣ୍ଡା ଲୋକମାନେ ବସ୍ତି ବାସିନ୍ଦାଙ୍କୁ ଆକ୍ରମଣ କରିଥିଲେ । ହେଲେ ସେହି ବାଟ ଦେଇ ଯାଉଥିବା ସାଂସଦ ଅପରାଜିତା ଲୋକମାନଙ୍କୁ ଓହ୍ଲାଇ ସାନ୍ତ୍ୱନା ଦେଲେନାହିଁ । ଆଉ ଲୋକମାନେ ଯେତେବେଳେ ଦୁଃଖ ଜଣାଇବାକୁ ଗଲେ ସେମାନଙ୍କୁ ଅଶାଳୀନ ବ୍ୟବହାର କରାଯାଇଛି ।

ସାଧାରଣ ଲୋକଙ୍କୁ ଏତେ ଭୟ କାହିଁକି ସାଂସଦ କରୁଛନ୍ତି ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଶ୍ନ କରିଛନ୍ତି । ରାଜ୍ୟରେ କୌଣସି ଜନପ୍ରତିନିଧିଙ୍କ ସାଙ୍ଗରେ ଗୁଣ୍ଡା ବାହିନୀ ନାହାନ୍ତି । ହେଲେ ଅପରାଜିତା ଗୁଣ୍ଡା ବାହିନୀ ରଖିଛନ୍ତି । ତାଙ୍କ ସାଙ୍ଗରେ ଯେଉଁମାନେ ଅଛନ୍ତି ସେମାନଙ୍କ ନାଁ ରେ ଥାନାରେ ଏତଲା ରହିଛି । ବିଜେପିର ଅନେକ ବଡ ବଡ ନେତା ମନ୍ତ୍ରୀ ଅଛନ୍ତି ସେମାନେ ବି ସାଙ୍ଗରେ ଗୁଣ୍ଡା ଧରି ବୁଲୁଛନ୍ତି ବୋଲି ବିଧାୟକ କହିଛନ୍ତି ।

ଓଡିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା ନ କରନ୍ତୁ ଅପରାଜିତା ବୋଲି ସେ କହିଛନ୍ତି ।ଅନ୍ୟପଟ ଏହାକୁ ନେଇ ବିରୋଧୀ ଦଳ ନେତା ବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସାଧାରଣ ଲୋକ ଓ ଯୁବକ ସମସ୍ତେ ଅଶାନ୍ତିରେ ରହିଛନ୍ତି । ସେମାନେ ଅଶାନ୍ତି ପ୍ରକାଶ କରିବା ପାଇଁ ଏଭଳ କାର୍ଯ୍ୟ କରୁଛନ୍ତି ବୋଲି ନିରଞ୍ଚନ କହିଛନ୍ତି ।ସୂଚନା ଅନୁସାରେ ଗତକାଲି ବାଲିପଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା ।

Comments are closed.