Latest Odisha News

BREAKING NEWS

ଗୃହ ଚଳାଇବାକୁ ରାଜି ଅଛି କଂଗ୍ରେସ, ଦୁର୍ଭାଗ୍ୟଜନକ କହିଲା ବିଜେଡି

ଭୁବନେଶ୍ବର : ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୫ ଦିନ ହେଲା ଚାଲିପାରୁନି ବିଧାନସଭା ଅଧିବେଶନ । ଏଭଳି ସ୍ଥିତିରେ କଂଗ୍ରେସ କହିଛି ଗୃହ ଚଳାଇବାକୁ ରାଜି ଅଛୁ । କିନ୍ତୁ କଂଗ୍ରେସର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । କାରଣ ସାରା ଓଡ଼ିଶା ଦେଖୁଛି, କଂଗ୍ରେସ କିଭଳି ଗୃହ କାର୍ଯ୍ୟ ବାଧା ସୃଷ୍ଟି କରୁଛି । ଏବଂ ଗୃହ ଚଳାଇବାକୁ ଦେଉନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

ବିଧାନସଭା ଅଧିବେଶନର ପ୍ରଥମ ଦିନ ତାଲା ପକାଇଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହ ମିଶି ବିଧାନସଭାକୁ ଚଳାଇ ଦେଉନାହାନ୍ତି । ଯେଉଁଥି ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ।

ସେହିପରି ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ନ୍ୟାୟିକ ତଦନ୍ତ ଜାରି ରହିଛି । ଏହାସହ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିଛନ୍ତି ମାନ୍ୟବର ହାଇକୋର୍ଟ । କିନ୍ତୁ ଏଭଳି ସ୍ଥିତିରେ କଂଗ୍ରେସ ହୀନ ମନ୍ତବ୍ୟ ଦେଉଛି ବୋଲି ପ୍ରେସମିଟରେ କହିଛି ବିଜେଡି । ଯଦି କୌଣସି ଅଭିଯୋଗ ଅଛି, ତେବେ ଏନେଇ କଂଗ୍ରେସ କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

Leave A Reply

Your email address will not be published.