Latest Odisha News

BREAKING NEWS

ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତି କରୁଛି ବିଜେପି, ପ୍ରେସମିଟ୍ କରି ବର୍ଷିଲା ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ମାହାଙ୍ଗ ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର । ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ବିଜେପିର ଏଭଳି ଅଭିଯୋଗ ପରେ ଜବାବ ରଖିଛି ବିଜେଡି । ରାଜ୍ୟ ବିଜେପି ତଥା ସଭାପତି ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା କହୁଛନ୍ତି ବୋଲି ପ୍ରେସମିଟରେ କହିଛି ବିଜେଡି । ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛି ବିଜେପି । ମାମଲା ବିଚାରାଧୀନ ରହିଛି । ମନ୍ତ୍ରୀଙ୍କ ସଂପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି । ସେହିପରି ସିଡିଆରକୁ ଆଇଆଇସି ସଂରକ୍ଷିତ କରି ରଖିଥିବା ବେଳେ, ଅଦାଲତାରେ ଏହାକୁ ଉପସ୍ଥାପନ ମଧ୍ୟ କରାଯିବ । ତେଣୁ ବିଜେପି ଭୂଲ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି ନକରୁ ବୋଲି କହିଛି ବିଜେଡି ।

Leave A Reply

Your email address will not be published.