Latest Odisha News

ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର

ବରଗଡ: ନାମାଙ୍କନ ଦାଖଲ କଲେ ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର । ପ୍ରାୟ ୩୦ ହଜାରରୁ ଅଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଦେବେଶ ଆଚାର୍ଯ୍ୟ ବରଗଡ଼ ଉପ ଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ରଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବରଗଡ଼ ବିଜେଡି ସାଂସଦ ପ୍ରାର୍ଥୀନୀ ପରିନିତା ମିଶ୍ର ବରଗଡ଼ ଜିଲ୍ଲାପାଲ ଆଦିତ୍ୟ ଗୋୟଲ୍ ଠାରେ ନିଜ ନାମାଙ୍କନ ଦାଖଲ କରିଛନ୍ତି ।

ଏହି ଅବସରରେ ତାଙ୍କ ସହ ମନ୍ତ୍ରୀ ରିତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ବିଜେଡି ନେତା ଶୁଶାନ୍ତ ମିଶ୍ର, ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି ।

ତେବେ ଉଭୟ ପ୍ରାର୍ଥୀ ଏଥର ଡବଲ ଶଙ୍ଖରେ ଜନ ସାଧାରଣ ତାଙ୍କୁ ଆଶୀର୍ବାଦ କରିବେ ଓ ବିପୁଳ ଭୋଟରେ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଦୃଢ଼ ସଂକଳ୍ପ ନେଇସାରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Comments are closed.