Latest Odisha News

BREAKING NEWS

୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ଵର: ୬ ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଘସିପୁରାରୁ ଶମ୍ଭୁନାଥ ରାଉତଙ୍କୁ ପାର୍ଥୀ ଘୋଷଣା କରାଯାଇଥିବା ବେଳେ ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା, ବାରବାଟୀ କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆରୁ ପ୍ରକାଶ ରଣବିଜୁଳିଙ୍କୁ ପାର୍ଥୀ କରିଛି ବିଜେପି ।

ତେବେ ବିଜେପି ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ବର୍ତ୍ତମାନ ଆଉ ଗୋଟିଏ ଆସନ ତଥା ନୀଳଗିରି ଆସନ ପାଇଁ ପାର୍ଥୀ ଘୋଷଣା ବାକି ରହିଛି । ତେବେ ବିଜେପିର ନୀଳଗିରି ଆସନରେ କିଏ ପ୍ରାର୍ଥୀ ହେବେ, ତାହା ଜଣାପଡ଼ି ନାହିଁ।

Leave A Reply

Your email address will not be published.