Latest Odisha News

BREAKING NEWS

ମୋ ଜନ୍ମ ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଗୋରା ହୋଇଥାନ୍ତି: ବିଜେଡି ବିଧାୟକ

ଭୁବନେଶ୍ୱର: ରାଜନୀତିରେ ଆନୁଗତ୍ୟ ନଦେଖାଇଲେ ଆଗକୁ ବଢ଼ିହେବନି କି ସୁଯୋଗ ମଧ୍ୟ ମିଳେନି । ଏଥିପାଇଁ ରାଜନୈତିକ ଦଳରେ ଖୋସାମତିଆ ନେତାଙ୍କର ଗୋଟିଏ ପଲଟନ ରହିଥାନ୍ତି । ଯେଉଁମାନେ କାମ କମ୍ ନିଜ ଦଳର ମୁଖିଆଙ୍କୁ ନିତି ସଞ୍ଜ ସକାଳେ ପ୍ରଂଶସା କରିବାକୁ ଭୁଲନ୍ତି ନାହିଁ। ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ଶାସକ ଦଳ ବିଜେଡିର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଯାହାଙ୍କର ଏକ ମନ୍ତବ୍ୟ ସାମ୍ନାକୁ ଆସିଛି। ଆଉ ମୁଖ୍ୟମନ୍ତ୍ରୀଙ୍କୁ ନେତୃତ୍ୱକୁ ପ୍ରଶଂସା କରିବାକୁ ଯାଇ ନିଜ ବାପାଙ୍କ ସମ୍ମାନ କଥା ବି ଭୁଲି ଯାଇଛନ୍ତି। ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା।

ଗତକାଲି ଦ୍ୱିତୀୟ ପର୍ଯ୍ୟାୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଥିଲେ। ନବୀନ ପଟ୍ଟନାୟକ ୫ଟି ଜିଲ୍ଲା ୫୩୧ଟି ସ୍କୁଲକୁ ଲୋକାର୍ପିତ କରିଥିଲେ। ଯେଉଁଥିରେ ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

ଭର୍ଚୁଆଲ ମିଡିଅମ ଜରିଆରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ନବରଙ୍ଗପୁର ବିଧାୟକ ଏ ନେଇ ନିଜର ଅଭିଭାଷଣ ରଖିଥିଲେ। ଆଉ ରାଜ୍ୟ ନେତୃତ୍ୱ ଏବଂ ଦଳର ମୁଖିଆଙ୍କୁ ସେ ଖୁବ ପ୍ରଶଂସା କରିଥିଲେ। ଏହାରି ଭିତରେ କହିଥିଲେ, ଯଦି ସେ ଜନ୍ମ ହେବା ବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାନ୍ତେ ଏବଂ ଏବେ ଯେମିତି ପ୍ରସୂତି ମହିଳାଙ୍କୁ ୫ ହଜାର ଟଙ୍କା ଦିଆଯାଉଛି ସେହିଭଳି ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସେତେବେଳେ ଦେଇଥାନ୍ତେ ତାହେଲେ ତାଙ୍କ ମା ଆଉ ଟିକିଏ ଭଲ ଖାଇଥାନ୍ତେ । ଆଉ ତାଙ୍କ ମା ଭଲ ଖାଇବା ଦ୍ୱାରା ସେ ଗର୍ଭରେ ଥାଇ ଅଧିକ ଉପକୃତ ହୋଇଥାନ୍ତେ ବୋଲି ବିଜେଡି ବିଧାୟକ ରାନ୍ଧାରୀ କହିଛନ୍ତି ।

ସେ କହିଛନ୍ତି, ତାଙ୍କ ମା ଭଲ ଖାଇଥିଲେ ସେ ଆଉ ଟିକିଏ ଗୋରା ହୋଇଥାନ୍ତେ, ତାଙ୍କର ନାକ ଚେପଟା ହୋଇନଥାନ୍ତା । ବରଂ ଏହା ଗୁଜିଆ ହୋଇଥାନ୍ତା । ଏବେ ଯେଉଁଭଳି ଦେଖାଯାଉଛନ୍ତି ତାଠାରୁ ଅଧିକ ସୁନ୍ଦର ଦେଖାଯାଇଥାନ୍ତେ ବୋଲି କହିଛନ୍ତି ରନ୍ଧାରୀ।

Leave A Reply

Your email address will not be published.