Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ଦଶପଲ୍ଲା ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ଓ ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ

ଭୁବନେଶ୍ୱର: ଦଶପଲ୍ଲାର ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଦଶପଲ୍ଲାର ପୂର୍ବତନ ବିଜେଡ଼ି ବିଧାୟକ କାଶୀନାଥ ମଲ୍ଲିକ ବୁଧବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି ।

ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ବିଜେଡ଼ିର ଏହି ଦୁଇ ଟାଣୁଆ ନେତା । ଦଶପଲ୍ଲା ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ଟିକଟ କଟିବା ପରେ ମଙ୍ଗଳବାର ସେ ଦଳରୁ ସେ ଇସ୍ତଫା ପ୍ରଦାନ କରିଥିଲେ ।

ସେହିପରି ୨୦୦୯ ନିର୍ବାଚନରେ ବିଜେଡ଼ି ଟିକଟ ପାଇ ଦଶପଲ୍ଲା ବିଧାୟକ ହୋଇଥିବା କାଶୀନାଥ ମଲ୍ଲିକଙ୍କୁ ୨୦୧୪ରେ ଦଳ ଟିକଟ ଦେଇନଥିଲା, ଏବେ ସେ  ବିଜେପିରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.