Latest Odisha News

ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ସ୍ନେହାଙ୍ଗିନୀ ଛୁରିଆ, କହିଲେ ଓଡ଼ିଶା ବିଜେପି ଚାଷୀ ବିରୋଧୀ

ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ସମାଲୋଚନା । ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶା ବିଜେପି ଚାଷୀ ବିରୋଧୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ସେ କହିଛନ୍ତି, ବିଜେଡି ବିଧାୟକମାନେ ଆଜି ଚାଷୀ ପ୍ରସଙ୍ଗ ଉଠାଇବା ସହିତ ସ୍ବାମୀନାଥନ କମିଶନର ରିପୋର୍ଟ ଅନୁଯାୟୀ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇବା ତଥା ଏହାର କାର୍ଯ୍ୟକାରିତା ଏବଂ ଚାଷୀଙ୍କ କିପରି ବୀମା କମ୍ପାନୀ ଦ୍ବାରା ପ୍ରତାରଣା କରାଯାଉଛି ଏବଂ ଏଫସିଆଇ ଚାଉଳ କିଣୁନଥିବାରୁ ଚାଷୀମାନେ କିଭଳି ପ୍ରତାରିତ ହେଉଛନ୍ତି ସେ ପ୍ରସଙ୍ଗ ଉଠାଇଛନ୍ତି ସ୍ନାହାଙ୍ଗିନୀ ଛୁରିଆ ।

ସେହିପରି ବିଧାୟିକା ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବିଜେପି ବିଧାୟକମାନେ ଚାଷୀଙ୍କ କଥା ଚିନ୍ତା କରୁନଥିବାରୁ ସେମାନେ ଓଡ଼ିଶାର ଚାଷୀଙ୍କ ସହ ଜଡିତ ନୁହଁନ୍ତି । ତେଣୁ ସେମାନେ ଓଡ଼ିଶା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ଏବଂ ଜାଣିଶୁଣି ବିଧାନସଭାକୁ ଅଚଳ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ସେହିପରି କେନ୍ଦ୍ର ସରକାର ୬ ଲକ୍ଷ ୧୯ ହଜ଼ାର ମେଟ୍ରିକ ଟନ୍ ସାର ରାଜ୍ୟକୁ ଦେବା କଥା । କିନ୍ତୁ ମିଳିଛି, ମାତ୍ର ୩ ଲକ୍ଷ ୯୧ ହଜାର ମେଟ୍ରିକ ଟନ୍ ସାର । ଧାନ ସଂଗ୍ରହ ବାବଦରେ ଏ ଯାଏଁ କେନ୍ଦ୍ର ସରକାର ୭ ହଜାର ୫୦୦ କୋଟି ରାଜ୍ୟକୁ ଦେଇନଥିବା ବିଜେଡି ଅଭିଯୋଗ କରିଛି ।

Leave A Reply

Your email address will not be published.