Latest Odisha News

BREAKING NEWS

ଚତୁର୍ଥ ଖେଳାଳି ଭାବେ ଗୋଟିଏ ଓଭରରେ ୬ ଛକା ମାରିଲେ ଯସକରନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ଯସକରନ ସିଂ ମାଲହୋତ୍ରା ଆଜି ୪ର୍ଥ ଖେଳାଳି ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ଓମାନରେ ପାପୁଆ ନିଉ ଗିନି ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ମାଲହୋତ୍ରା ବିପକ୍ଷ ଦଳର ଗୌଦି ଟୋକାଙ୍କ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ହର୍ଶେଲ ଗିବ୍ସ, ଯୁବରାଜ ସିଂ ଓ କିରନ ପୋଲାର୍ଡ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ।

BjdElectrycity

ପାପୁଆ ନିଉ ଗିନି ବିପକ୍ଷ ମୁକାବିଲାରେ ସେ ବ୍ୟାଟିଂ କରିବାକୁ ଆସିଲା ବେଳେ ତାଙ୍କ ଦଳ ୩ ଉଇକେଟ ବିନିମୟରେ ୨୯ ରନ କରିଥିଲା । ଯସକରନ ୧୭୩ ରନ ସହାୟତାରେ ଆମେରିକା ୫୦ ଓଭରରେ ୯ ଉଇକେଟ ହରାଇ ୨୭୧ରନ କରିଥିଲା । ଆମେରିକା କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

Leave A Reply

Your email address will not be published.