Latest Odisha News

ଟି୨୦ ବିଶ୍ୱକପ: ଧୋନୀଙ୍କ ବିରୋଧରେ ଆସିଲା ଅଭିଯୋଗ

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର ଭାବେ ନିଯୁକ୍ତ କରାଯାଇଛି । ତେବେ ଏହି ଦାୟିତ୍ୱ ତୁଲାଇବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ତାଙ୍କ ନିଯୁକ୍ତି କନଫ୍ଲିକ୍ଟ ଅଫ ଇଂଟ୍ରେଷ୍ଟ ଅନ୍ତର୍ଗତ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ପୂର୍ବତନ ଅଧିକାରୀ ସଞ୍ଜୀବ ଗୁପ୍ତା ଅଭିଯୋଗ କରିଛନ୍ତି ।

ଲୋଧା କମିଟି ସଂଶୋଧନ ଅନୁସାରେ ଗୋଟିଏ ବ୍ୟକ୍ତି ୨ଟି ପଦବୀରେ ରହିପାରିବେ ନାହିଁ । ତାହାହେଲେ ଧୋନୀଙ୍କ କିପରି ଏହି ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସଞ୍ଜୀବ ବିିସିସିଆଇକୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ସହ ସମ୍ପୃକ୍ତ ଅଛନ୍ତି ।

Leave A Reply

Your email address will not be published.