ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆଜି ଶେଷ ହେଉଛି । ସ୍ୱଳ୍ପକାଳୀନ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହୋଇଛି । ଗତକାଲି ବିରୋଧୀ ବାଚସ୍ପତିଙ୍କୁ ଘେରାଉ କରିଥିଲେ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ସାର, ଫସଲ ବୀମା ଓ ଏମଏସପି ବୃଦ୍ଧି ପାଇଁ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ ଦାବିରେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ହାତରେ ବ୍ୟାନର ଧରି କେନ୍ଦ୍ର ଅବହେଳା ନାରା ଦେଇଥିଲେ ବିଜେଡି ବିଧାୟକ ।
Comments are closed.