Latest Odisha News

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆଗରେ ଫେରାଦ ହେଲା ବିଜେଡି । ବିଜେପି କର୍ମୀ ଓ ନେତା ମାନେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନିର୍ବାଚନ ମଇଦାନରେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ବିଜେଡି ନେତା ମାନଙ୍କୁ ଧମକ ମଧ୍ୟ ଦିଆଯାଉଛିା ଯାହାକି ନିର୍ବାଚନୀ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

BjdElectrycity

ଯେଉଁ ବିଜେପି ନେତା ଓ କର୍ମୀମାନେ ମାନେ ଏପରି ହିଂସାକାଣ୍ଡ କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସାଧାରଣ ଜନତା ଓ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବିଜେପି ଛାଡୁନି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛି । ବିଜେପି ବିଧାୟକ ଜୟାନାରାୟଣ ମିଶ୍ର ସଦର ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ଅଭଦ୍ର ଭାଷାରେ ଗାଳି ଗୁଲୋଜ କରିଥିଲେ ।ଯାହା ଫଳରେ ବିଧାୟକଙ୍କ ନାଁ ରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ବିଧାୟକଙ୍କୁ ନିର୍ବାଚନୀ ପ୍ରଚାରରୁ ନିବୃତ୍ତ କରାଯାଉ ବୋଲି ବିଜେଡି କହିଛି ।

ବିଜେପି ଗୁଣ୍ଡା ସାଜିଛି ହିଂସାତ୍ମକ କାଣ୍ଡ କରୁଛି ବୋଲି ବିଜେଡି କହିଛିା ସେହିପରି ପିପିଲିରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଓ ବିଜେପି କର୍ମୀମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ବିଜେଡି ଦାବି କରିଛି ।ଏହି ଅଭିଯୋଗ ନେଇ ନିର୍ବାଚନ କମିଶନ ପାଖରେ ଫେରାଦ ହୋଇଥିଲା ବିଜେଡି ଟିମ୍ ।ଏ ହି ସମୟରେ ସୁଲତା ଦେଓ, ଇପ୍ସିତା ସାହୁ, ମଧୁସ୍ମିତା ନାୟକ ଲେନିନ ମହାନ୍ତି ଓ ଅନ୍ୟାନ୍ୟ ବିଜେଡି ନେତା ଓ  ନେତ୍ରୀ ମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.