Latest Odisha News

BREAKING NEWS

Sijimali Issue:‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ

ଭୁବନେଶ୍ବର:ରାୟଗଡ଼ା ସିଜିମାଳି ପ୍ରସଙ୍ଗରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି ସାଂସଦ ସସ୍ମିତ ପାତ୍ର ।

ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ପ୍ରତିବାଦ କରୁଥିବା ଆଦିବାସୀ ଭାଇଭଉଣୀଙ୍କ ବିରୁଦ୍ଧରେ ପୋଲିସ ଅବାଧ କାର୍ଯ୍ୟାନୁଷ୍ଠାନ ଦେଖାଯାଇଛି, ଯାହା ଫଳରେ ଉଭୟ ପକ୍ଷର ଲୋକ ଆହତ ହୋଇଛନ୍ତି । ଯେଉଁଥିରେ ଆମର ଆଦିବାସୀ ଭାଇଭଉଣୀ ମାନେ ମଧ୍ୟ ଆହତ ହୋଇଛନ୍ତି । ଏହା ଗଭୀର ଭାବରେ ଚିନ୍ତାଜନକ ଏବଂ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ବୋଲି ସସ୍ମିତ ଲେଖିଛନ୍ତି ।

ଗ୍ରାମସଭାରେ ବକ୍ସାଇଟ ପ୍ରୋଜେକ୍ଟ ପାଇଁ ଯାହା କୁହାଯାଉଛି, ଗ୍ରାମସଭା ଗୁଡିକ ଠିକ୍ ଭାବେ ହୋଇନଥିଲା। କୌଣସି ଜାଗାରେ ଆଦିବାସୀ ଭାଇଭଉଣୀଙ୍କ ଯେଉଁ ମୂଳ ଇଚ୍ଛା ଥିଲା ସେଠାରେ ନ ହେଉ ବୋଲି ତାହାକୁ ଉପେକ୍ଷା କରି ଜବରଦସ୍ତି କରାଯିବା ସହ ପେଶା ଆଇନ ଏବଂ ଫରେଷ୍ଟ ରାଇଟସ୍ ଆକ୍ଟର ଉଲଂଘନ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି।

ସାଂସଦ ସସ୍ମିତ ପାତ୍ର ଚିଠିରେ ଲେଖିଛନ୍ତି ଯେ, ଭୂମିରେ ସଂଯମତା ସୁନିଶ୍ଚିତ କରିବା ଏବଂ ଆଦିବାସୀ ସମ୍ପ୍ରଦାୟର ଅଧିକାର, ମର୍ଯ୍ୟାଦା ଏବଂ ସୁରକ୍ଷାକୁ ସୁରକ୍ଷିତ ରଖିବା ପାଇଁ ମୁଁ ଆପଣଙ୍କର ତୁରନ୍ତ ହସ୍ତକ୍ଷେପକୁ ଅନୁରୋଧ କରୁଛି । ସାମ୍ପ୍ରତିକ ପୋଲିସ କାର୍ଯ୍ୟାନୁଷ୍ଠାନରୁ ଉଭା ହୋଇଥିବା ଚିନ୍ତାର ସମାଧାନ ପାଇଁ ମୁଁ ଆପଣଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରୁଛି ।

ଅନ୍ୟପଟେ ଯାହା କିଛି ଘଟୁଛି ଏହା ପୂର୍ବ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲ୍ଲାକା ।

Leave A Reply

Your email address will not be published.