Latest Odisha News

BREAKING NEWS

ଓଡ଼ିଶାକୁ ତୁରନ୍ତ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଖରିଫ ଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅବଗତ କରାଇଥିବା ବେଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡି ସାଂସଦ ।

ଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟକୁ ତୁରନ୍ତ ସାର ଯୋଗାଇ ଦେବାକୁ ଏକ ଦାବିପତ୍ର ସେମାନେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ପ୍ରଦାନ କରିଛନ୍ତି ।

ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନଠାରୁ ଚଳିତ ଖରଫ୍‌ ଋତୁରେ ନିଅଣ୍ଟିଆ ସାର ଯୋଗାଣ ହୋଇଛି । ଯାହାକି ଚାଷବାସକୁ ପ୍ରଭାବିତ କରୁଛି । କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆବଣ୍ଟନ ଓ ପ୍ରଦତ୍ତ ସମ୍ମତି ଅନୁସାରେ ସାର ଯୋଗାଣ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ।

କେନ୍ଦ୍ରମନ୍ତ୍ରୀ ତୁରନ୍ତ ଏବାବଦରେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ । ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.