Latest Odisha News

୨୦୨୦ ମ୍ୟାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ଲାଗି କୌଣସି ସ୍କୁଲରେ ନାହିଁ ଡ଼ିଜିଟାଲ୍ ଲକର୍ !

କଟକ/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲାଗି ବିଭିନ୍ନ ସୁରକ୍ଷାଜନିତ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟ ସରକାର ଏବେ ଶିକ୍ଷାର ମାନବୃଦ୍ଧି ଲାଗି ମଧ୍ୟ ଶତ ଚେଷ୍ଟିତ । ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଂସ୍କାର ଅଣାଯାଇଥିବା ବେଳେ ଚଳିତବର୍ଷ ପ୍ରଥମଥର ଲାଗି ପ୍ରଶ୍ନପତ୍ରର ସୁରକ୍ଷା ଲାଗି ପରୀକ୍ଷାକେନ୍ଦ୍ରରେ ଡିଜିଟାଲ ଲକରରେ ପ୍ରଶ୍ନପତ୍ର ରଖାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେବେ ରାଜ୍ୟରେ ପ୍ରତିବର୍ଷ ଯେତିକି ସ୍କୁଲକୁ ପରୀକ୍ଷାକେନ୍ଦ୍ର ଭାବେ ଚୟନ କରାଯାଉଛି ସେଥିରୁ କୌଣସି ସ୍କୁଲରେ ଡିଜିଟାଲ ଲକର ବ୍ୟବସ୍ଥା ନାହିଁ । ଏପରିକି ଅନେକ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଏହି ବ୍ୟବସ୍ଥା କ’ଣ ବୋଲି ଜାଣନ୍ତିନି । ରାଜ୍ୟର ଏପରି ଅନେକ ଉପାନ୍ତ ଅଞ୍ଚଳ ରହିଛି ଯେଉଁଠି ଆଜି ସ୍କୁଲରେ ବିଦୁ୍ୟତ ସଂଯୋଗ ହୋଇପାରି ନାହିଁ । ସେହି ପରିପ୍ରେକ୍ଷୀରେ ସ୍କୁଲରେ ଡିଜିଟାଲ ଲକର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ସ୍କୁଲରେ ଆଇରନ୍ ଚେଷ୍ଟ୍ ରହିଛି । ମାତ୍ର ଡିଜିଟାଲ ଲକର କୌଣସି ସ୍କୁଲରେ ନାହିଁ । ତେଣୁ ପରୀକ୍ଷା ପୂର୍ବରୁ ସବୁ ସ୍କୁଲକୁ ଏହି ବ୍ୟବସ୍ଥା ଯୋଗଇ ଦିଆଯିବ କି ଅନ୍ୟ ବିକଳ୍ପ ହେବ ତାକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ଚିନ୍ତାରେ ପଡ଼ିଛନ୍ତି । ପ୍ରତି ଡିଜିଟାଲ ଦାମ୍ ସର୍ବନିମ୍ନ ୫ହଜାରୁ ଅଧିକ ରହିଛି । ତେବେ ସ୍କୁଲ ଲାଗି ଯଦି ଡିଜିଟାଲ ଲକର କ୍ରୟ କରାଯାଏ ତେବେ ଏହାର ଖର୍ଚ୍ଚ ସ୍କୁଲ ନାଁ ବିଭାଗ ପକ୍ଷରୁ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପକୃତ ପକ୍ଷେ ସେହି ସବୁ ସୁବିଧା ସ୍କୁଲରେ ଉପଲବ୍ଧ ରହିଛି କି ନାହିଁ ତାହା ଯାଞ୍ଚ କରାଯାଉନାହିଁ । ପରୀକ୍ଷାରେ ସ୍ୱଚ୍ଛତାକୁ ସବୁ ସ୍ତରରେ ସ୍ୱାଗତ କରାଯାଉତôବା ବେଳେ ଏତôପାରଇଁ ଆବଶ୍ୟକ ବ୍ୟବସ୍ଥା ରଖାଯିବା ଉଚିତ୍ ବୋଲି ଅନେକ ସ୍କୁଲର ଶିକ୍ଷକମାନେ କହିଛନ୍ତି ।

ପ୍ରଶ୍ନପତ୍ର ଭାଇରାଲ ନହେବା ଲାଗି ଡିଜିଟାଲ ଲକର ଅଧିକ ସୁରକ୍ଷିତ ହୋଇଥିବା ବେଳେ ଏହି ବ୍ୟବସ୍ଥା ସ୍କୁଲରେ କରାଯିବା ଉଚିତ୍ । ପ୍ରତିବର୍ଷ ରାଜ୍ୟର ଯେତିକି ସ୍କୁଲରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଉଛି ସେଥିରୁ ସବୁ ସ୍କୁଲରେ ଆଲମିରା ସୁବିଧା ରହିଛି । ମାତ୍ର ୩୫ରୁ ୪୦ପ୍ରତିଶତ ସ୍କୁଲରେ କେବଳ ଆଇରନ୍ ଚେଷ୍ଟ୍ ସୁବିଧା ରହିଛି ।

ସବୁ ସ୍କୁଲରେ ଯଦି ଆଇରନ୍ ଚେଷ୍ଟ ସୁବିଧା ହୋଇପାରି ନାହିଁ ତେବେ ସେହି ପରିପ୍ରେକ୍ଷୀରେ ସ୍କୁଲଗୁଡିକରେ ଡିଜିଟାଲ ଲକର ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପିଲାଙ୍କ ଲାଗି ପରୀକ୍ଷା ଯେପରି ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେେ ହେବ ସେଥିଲାଗି ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ତାହା ସ୍ୱାଗତ ଯୋଗ୍ୟ । ଏବଂ ସେହି ନିୟମକୁ ମଧ୍ୟ ସମସ୍ତେ ପାଳନ କରିବା ଉଚିତ୍ । ମାତ୍ର ଅନେକ ସମୟରେ ତ୍ରୁଟି ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିଥାଏ । ସ୍କୁଲ ଲାଗି ଅନୁଦାନ ରାଶି ଖୁବ କମ୍ ପ୍ରଦାନ କରାଯାଉତôବା ବେଳେ ଅନେକ ସ୍କୁଲରେ ସାମାନ୍ୟ ଖର୍ଚ୍ଚ ଲାଗି ବଜେଟ ନାହିଁ । ତେଣୁ ଡିଜିଟାଲ ଲକର ବ୍ୟବସ୍ଥା ପାଇଁ ହଜାରହଜାର ଟଙ୍କା କିଭଳି ଖର୍ଚ୍ଚ କରାଯିବ ତାହା ଚିନ୍ତାର ବିଷୟକ ବୋଲି ଅନେକ ଶିକ୍ଷକ ଅଭିଯୋଗ କରିଛନ୍ତି ।
କିଛି ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ରାଜ୍ୟର ଅନେକ ସ୍କୁଲରେ ବିଦୁ୍ୟତ ସଂଯୋଗ ହୋଇପାରି ନାହିଁ । ଏପରିକି ଖୋଦ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଅନେକ ସ୍କୁଲରେ ବିଦୁ୍ୟତ ସଂଯୋଗ ନାହିଁ । ତେବେ ଡିଜିଟାଲ ଲକର ଲାଗି ଇନ୍ଭର୍ଟର ଏବଂ ବିଦୁ୍ୟତ ସଂଯୋଗ ଆବଶ୍ୟକ । ରାଜ୍ୟ ଯେଉଁ ସବୁ ସ୍କୁଲରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ ସମ୍ପୃକ୍ତ ସ୍କୁଲରେ କଭଳି ଏହି ବ୍ୟବସ୍ଥା ଲାଗୁ କୀରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Leave A Reply

Your email address will not be published.