Latest Odisha News

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ ପକାଉଛି ତାଙ୍କ ବୀରତ୍ୱର ଗାଥା ।

ଆଜିର ଦିନକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହାକୁ ସେବା ଦିବସ ଭାବେ ପାଳନ କରିବ । ଆଜିର ଦିନକୁ ରାଜ୍ୟବାସୀ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯିବ ବୋଲି ସୂଚନା ମିଳିଛି । ବିଜେଡି ପକ୍ଷରୁ ରକ୍ତଦାନ ଶିବିରଠାରୁ ଆରମ୍ଭ କରି ସମୂହ ସଫେଇ, ସ୍ମୃତି ସଭା ଆଦି କାର୍ଯ୍ୟକ୍ରମ କରାଯିବ । ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଏହା ସହ ବିମାନ ବନ୍ଦର ନିକଟରେ ଥିବା ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସବୁ ନିର୍ବାଚନମଣ୍ଡଳୀରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ୧୦ ହଜାର ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ପାଇଁ ପ୍ରସ୍ତୁତି ହୋଇଛି ।

 

Leave A Reply

Your email address will not be published.